ମାଲକାନାଗିରି ସୀମାରେ ମାତିଲେ ମାଓବାଦୀ : ସିଆରପିଏଫର ଏସଆଇ ସହିଦ, ହେଡ କନେଷ୍ଟବଳ ଗୁରୁତର

17

ମାଲକାନାଗିରି : ପୁଣି ମାତିଲେ ମାଓବାଦୀ । ମାଲକାନାଗିରି-ଛତିଶଗଡ ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଛତିଶଗଡ ସୁକୁମା ଜିଲ୍ଲା ଚିନ୍ତାଗୁଫା ଠାରେ ହୋଇଥିବା ବିସ୍ଫୋରଣରେ ସିଆରପିଏଫର ଜଣେ ଏସଆଇ ସହିଦ ହୋଇଥିବା ବେଳେ ଜଣେ ହେଡ କନେଷ୍ଟବଳ ଗୁରୁତର ଭାବେ ଆହତ ହୋଇଛନ୍ତି । ସିଆରପିଏଫ ର ଏସଆଇ ବି.ଏସ ବିଷ୍ଟ ଘଟଣାସ୍ଥଳରେ ସହିଦ ହୋଇଛନ୍ତି । ହେଡ କନେଷ୍ଟବଳ ଜି.ଡି ସୁଧାକରଙ୍କୁ ଗୁରୁତର ଅବସ୍ଥାରେ ହେଲିକେପ୍ଟର ଯୋଗେ ଜଗଦଲପୁର ନିଆଯାଇଛି ।