କେନ୍ଦ୍ରାପଡା ରାଜକନିକାରେ ଦାନ ମାଝି ଘଟଣାର ପୁନରାବୃତ୍ତି: ମିଳିଲାନି ଆମ୍ବୁଲାନ୍ସ, ବାପର ଶବକୁ କାନ୍ଧରେ ବୋହିଲା ପୁଅ

33

କେନ୍ଦ୍ରାପଡା : ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି । ବାପର ଶବକୁ କାନ୍ଧରେ ବୋହିଲା ପୁଅ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । କୋଠସାହି ଗାଁର ରବି ବାରିକଙ୍କ ଦେହ ଖରାପ ହେବାରୁ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅର୍ଥ ଅଭାବରୁ ମୃତଦେହକୁ ଘରକୁ ନେବାକୁ ଗାଡି ମିଳି ନଥିଲା । ଆଉ ଦୁଇ ଘଂଟା ପଡିରହିବା ପରେ ମୃତକଙ୍କ ପୁଅ ଓ ଭାଇ କାନ୍ଧରେ ଶବକୁ ଧରି ଘରକୁ ବାହାରି ଥିଲେ । ତେବେ କିଛି ବାଟ ଯିବା ପରେ ଜଣେ ସହୃଦୟ ବ୍ୟକ୍ତି ବାଇକରେ ଶବକୁ ନେଇ ଯାଇଥିଲେ ।