ଅମିତ ଶାହାଙ୍କୁ କଳାପତାକା ପ୍ରଦର୍ଶନ : ବିକ୍ଷୋଭକାରୀଙ୍କ ଚୁଟି ଝିଙ୍କି ଲାଠିରେ ପିଟିଲା ପୋଲିସ

55

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ କଳା ପତାକା ପ୍ରଦର୍ଶନ କଲେ ଛାତ୍ରୀ । ଆହ୍ଲାବାଦ ୟୁନିର୍ଭସିଟିର ୨ଜଣ ଛାତ୍ରୀଙ୍କୁ କଳାପାତାକା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ପୋଲିସ । ଏପରିକି କଳାପତାକା ପ୍ରଦର୍ଶନକାରୀ ଛାତ୍ରୀଙ୍କ ଚୁଟିକୁ ଜଣେ ପୁରୁଷ ପୋଲିସ୍ କର୍ମୀ ଘୋଷାଡି ଘୋଷାଡି ନେଉଥିବା ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ସୁଚନା ମୁତାବକ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅହ୍ଲାବାଦ ଗସ୍ତରେ ଯାଇଥିବା ସମୟରେ ଗତକାଲି ତାଙ୍କ ଗାଡ଼ି ସମ୍ମୁଖକୁ ଦୁଇରୁ ତିନି ଜଣ ଛାତ୍ରୀ ଧସେଇ ପସି କଳା ପାତାକା ପ୍ରଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଥିବା ପୁରଷ ପୋଲିସ କର୍ମୀ ଛାତ୍ରୀମାନଙ୍କୁ ଅଟକାଇବାକୁ ପ୍ରୟାସ କରୁଥିଲେ । ଠିକ ଏହାରି ମଧ୍ୟରେ ପୋଲିସ ବାବୁ ଜଣକ ଜଣେ ଛାତ୍ରୀଙ୍କ ଚୁଟିକୁ ଘୋଷଡି ଅମିତ ଶାହାଙ୍କ ଯିବା ରାସ୍ତାକୁ କ୍ଲିଅର କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଜେପିର ଅଡୁଆ ବଢ଼ିବାରେ ଲାଗିଛି ।

ସ୍ଥାନୀୟ ପୋଲିସ କହିବା ମୁ୍ତାବକ ଗିରଫ ହୋଇଥିବା ଛାତ୍ରୀମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । ସେମାନେ ସମସ୍ତେ ସମାଜବାଦୀ ପାର୍ଟିର ଷ୍ଟୁଡେଣ୍ଟ ୱିଙ୍ଗ ବୋଲି ପୋଲିସ ଜାଣିବାକୁ ପାଇଛି । ଅନ୍ୟପଟେ ଏହାର ଜବାବରେ ସମାଜବାଦୀ ପାର୍ଟିର ନେତ୍ରୀ ରିଚା ସିଂ କହିଛନ୍ତି ଯେ, ଷ୍ଟୁଡେଣ୍ଟମାନେ ଶାନ୍ତିପୂର୍ଣ୍ଣ ଭାବେ କଳାପାତାକା ପ୍ରଦର୍ଶନ କରିଥିଲେ । କିନ୍ତୁ ପୋଲସି ତାଙ୍କୁ ନିଷ୍ଠୁରତା ସହ ଘୋଷାଡି ଘୋଷଡି ଗିରଫ କରିଛି । ଏବଂ ତାହା ପୁଣି କୌଣସି ମହିଳା ପୋଲିସ କର୍ମୀଙ୍କ ଅନୁପସ୍ଥତିରେ ପୁରୁଷ ପୋଲିସ କର୍ମୀ ଏଭଳି କରିବା ଆଇନକୁ ଅବମାନନା ।