ଦାଗୀ ନେତାଙ୍କ ପାଇଁ ସତର୍କ ଘଂଟି । ଅପରାଧିକ ମାମଲା ଥିବା ନେତାଙ୍କ ନିର୍ବାଚନ ଲଢିବା ଉପରେ ରୋକ୍ ଲଗାଇ ପାରନ୍ତି ସୁପ୍ରିମକୋର୍ଟ

353

କନକ ବ୍ୟୁରୋ: ଦାଗୀ ନେତା ସାବଧାନ । ଦାଗୀ ନେତାଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିପାରେ ଦୁଃଖଦ ଖବର । ସୁପ୍ରିମକୋର୍ଟ ଶୁକ୍ରବାର ସହମତ ପ୍ରକାଶ କରିଛନ୍ତି , ରାଜନୈତିକ ଦଳର ଯେଉଁ ନେତାଙ୍କ ନାଁରେ ଅପରାଧିକ ମାମଲା ଥିବ, ସେମାନେ ନିର୍ବାଚନ ଲଢିପାରିବେ କି ନାହିଁ । ଏନେଇ ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ଯାଇ ଜଷ୍ଟିସ ଆର ଏଫ ନରିମନ୍ ଏବଂ ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଏନେଇ ଅଧିକ ବିଚାର କରିବାକୁ ମତ ରଖିଛନ୍ତି ।

 

ଭାରତୀୟ ରାଜନୀତିରେ ଧୀରେ ଧୀରେ ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କ ପ୍ରବେଶ କାରଣରୁ ଏହାଦେଶର ସାମାଜିକ ଚିତ୍ର ତଥା ରାଜନୈତିକ ଛବିକୁ ବି ଖରାପ କରୁଛି । ତେଣୁ ଦେଶ ହିତରେ ଏକ ବଡ ନିଷ୍ପତି ନେଇପାରନ୍ତି ସୁପ୍ରିମକୋର୍ଟ ବୋଲି କୁହାଯାଉଛି । ୨୦୧୯ରେ ଲୋକସଭାର ୫୩୯ ସାଂସଦଙ୍କ ତାଲିକାରୁ ୨୩୩ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଏକ ସର୍ଭେରୁ ଜଣାପଡିଥିଲା । ନିର୍ବାଚନ ଆୟୋଗ ମଧ୍ୟ ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ନିର୍ବାଚନରେ ଅଂଶଗ୍ରହଣ ଉପରେ କଟକଣା ଲଗାଇବା ନେଇ ଏକ ପ୍ରସ୍ତାବ ଦେଇଥିଲେ । ଏହା ଉପରେ ବିଚାର କରିବାର ସମୟ ଆସିଛି ବୋଲି ଇସାରା କରିଛନ୍ତି ସର୍ବୋଚ୍ଚ ଅଦାଲତ ।