ଓମଫେଡରେ ବଡଧରଣର ସ୍କାମ ନେଇ ଅଭିଯୋଗ

18

କନକ ବ୍ୟୁରୋ : ଓମଫେଡରେ ବଡଧରଣର ସ୍କାମ ନେଇ ଅଭିଯୋଗ । ପଲିପ୍ୟାକରୁ ୨୦୧୫-୨୦୧୬ ବର୍ଷରେ ଏହି ଷ୍କାମ ହୋଇଥିବା ଅଭିଯୋଗ ଆସିଛି । ଓମଫେଡ ସଂସ୍ଥାର ଅଧିକାରୀ ମାନେ ଏ ପଇସା ହଡପ କରିଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି । ୨୦୧୫-୧୬ ରେ କମଳା ଏଜେନ୍ସସି ନାମକ ଏକ କମ୍ପାନୀଠାରୁ ଚଢ଼ା ଦାମରେ କ୍ଷୀର ପାଉଚ କିଣିଥିବା ରେକର୍ଡ ରହିଛି । ଏହି ରେକର୍ଡକୁ ଆଧାରକରି ପଇସା ହଡପ ହୋଇଥିବା ଅଭିଯୋଗ କରିଛନ୍ତି କନଭେନର ଅଶୋକ ନନ୍ଦ ।