ସେନାଙ୍କୁ ସମାଲୋଚନା ! ବିବାଦରେ ବର୍ଷିୟାନ୍ ଅଭିନେତା ଓମ୍ ପୁରୀ

37

“ କିଏ କହିଥିଲା ଯବାନ ମାନଙ୍କୁ ଆର୍ମୀରେ ଭର୍ତ୍ତି ହେବା ପାଇଁ । କିଏ କହିଥିଲା ସେମାନଙ୍କୁ ହତିୟାର୍ ଉଠାଇବା ପାଇଁ”। ଦେଶର ଯବାନ୍ ମାନଙ୍କ ବିରୋଧରେ ଏଭଳି ଲଜ୍ଜାଜନକ ମନ୍ତବ୍ୟ ଦେଇ ଏବେ ବିବାଦରେ ବଲିଉଡର ବର୍ଷିଆନ୍ ଅଭିନେତା ଓମ୍ ପୁରୀ । ନିକଟରେ ଏକ ଟିଭି ଚ୍ୟାନେଲର ଟକ୍ ସୋ ରେ ଓମ୍ ପୁରୀ ଭାରତୀୟ ଯବାନ ମାନଙ୍କୁ ନେଇ ଏପରି ମନ୍ତବ୍ୟ ଦେଇଛନ୍ତି ।

ଏପରିକି ସେ ଉରୀ ହମଲାରେ ସହୀଦ ଯବାନ ନିତିନ୍ ଯାଦବଙ୍କୁ ମଧ୍ୟ ଛଡି ନଥିଲେ । ତେବେ ନିଜର ଏପରି ବୟାନ ଯୋଗୁଁ ସମାଲୋଚନା ଶିକାର ହୋଇଛନ୍ତି ଏହି ବର୍ଷିୟାନ୍ ଆକ୍ଟର୍ । କେବଳ ତାଙ୍କ ଫ୍ୟାନ୍ ନୁହଁନ୍ତି ବଲିଉଡର ଅନ୍ୟ ଅଭିନେତା ମାନେ ମଧ୍ୟ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଓମ୍ ପୁରୀଙ୍କ ବିରୋଧରେ ଏନେଇ ମାମଲା ରୁଜୁ ହୋଇଛି।