ଆପଣ ବି ଓଏଲଏକ୍ସରୁ ଏଭଳି କିଛି ସାମଗ୍ରୀ କିଣିବା ପାଇଁ ଅର୍ଡର ଦେଉଛନ୍ତି କି ? ସାବଧାନ ଠକାମୀର ଶିକାର ହୋଇପାରନ୍ତି ।

53

ସ୍ମାର୍ଟଫୋନର ବ୍ୟବହାର ଦୈନନ୍ଦିନ ଜୀବନକୁ ଯେତେ ସରଳ କରିଛି ସେତେ ପଙ୍କିଳ ମଧ୍ୟ କରୁଛି । ଅର୍ଥାତ୍ ଲାଭ ଯେତିକି କ୍ଷତି ମଧ୍ୟ ସେତିକି ହେଉଛି । ତେବେ ସ୍ମାର୍ଟଫୋନରେ ଆସୁଥିବା ବିଭିନ୍ନ ଆପ୍ ଏହାର ସୁତ୍ରଧର କହିଲେ ଅତ୍ୟୁକ୍ତି ହେବନାହିଁ । ବର୍ତ୍ତମାନ କିଛି ଜରୁରୀ ସାମଗ୍ରୀ କିଣିବାକୁ ଏବଂ ପୁରୁଣା ସାମଗ୍ରୀ ବିକ୍ରି କରିବାକୁ ଆମେ “ଓଏଲଏକ୍ସ” ନାମକ ଆପର ବ୍ୟବହାର କରୁ । ତେବେ ଏହି ଆପ୍ ଖୁବ୍ ଦରକାରୀ ହେଉଥିବାବେଳେ ବର୍ତ୍ତମାନ କିଛି ଲୁଟେରା ଏହି ଆପକୁ କବଳିତ କରି ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି ।

ତେବେ ଏହି ଆପରେ କିଛି ଲୋକ ଭାରତୀୟ ସେନା ଏବଂ ସିଆଇଏସଏଫ୍ ଭଳି ସଂସ୍ଥାର ନାମକୁ ଖରାପ କରିବାରେ ଲାଗିଛନ୍ତି । ଠକାମୀକୁ ସତର ରୂପ ଦେବାକୁ ଯାଇ ମୁମ୍ବାଇ ଏୟାରପୋର୍ଟରେ କାର୍ଯ୍ୟରତ ଥିବା ଜଣେ ସିଆଇଏସଏଫ୍ ଯବାନଙ୍କ ଆଧାରକାର୍ଡକୁ ବ୍ୟବହାର କରାଯାଉଛି । ଓଏଲଏକ୍ସର ଏହି ଆଡରେ ଲୋକଙ୍କୁ ଶସ୍ତା ସ୍ମାର୍ଟଫୋନ୍ ଏବଂ ଆଇଫୋନ୍ ଦେବାକୁ ଅଫର ଦିଆଯାଉଛି । ଏଥିପାଇଁ ସିଆଇଏସଏଫ୍ ଏବଂ ଭାରତୀୟ ସ୍ଥଳସେନାର କିଛି ଯବାନଙ୍କ ନାଁ ମଧ୍ୟ ନିଆଯାଉଛି । ଏଥିରେ ଯବାନଭ୍କ ଆଇଡି କାର୍ଡ,ଆଧାର କାର୍ଡ ଏବଂ ୟୁନିଫର୍ମରେ ତାଙ୍କ ଫଟୋକୁ ମଧ୍ୟ ବ୍ୟବହାର କରାଯାଉଛି ।

ଶସ୍ତା ଫୋନ୍ କିଣିବା ଚକ୍କରରେ ଗ୍ରାହକ ଉକ୍ତ ନମ୍ବରକୁ କଲ୍ କରନ୍ତି । ଯେଉଁଥିରେ ତାଙ୍କୁ କୁହାଯାଉଛି ଯେ ସେ ହେଉଛନ୍ତି ସେନାର ଜଣେ ଯବାନ ଯେ ଡ୍ୟୁଟିରେ ସୀମରେ ଅଛନ୍ତି । ପଇସା ଅଭାବରୁ ସେ ନିଜ ଫୋନକୁ ଖୁବ୍ କମ୍ ଦାମରେ ବିକ୍ରି କରୁଛନ୍ତି । ଲୋକମାନେ ତାଙ୍କର ଏଭଳି କଥା ଶୁଣି ତାଙ୍କୁ ପେଟିଏମ୍ କରୁଛନ୍ତି ଏବଂ ପରେ ତାଙ୍କ ହାତକୁ କୌଣସି ଫୋନ୍ ଆସୁନାହିଁ । ଲୋକଙ୍କୁ ଅସଲି ଆଇଡି,ଫଟୋ, ଫୋନର ପ୍ରଡକ୍ଟ ଦେଖାଇ ଏହି ଲୁଟେରାମାନେ ଖୁବ୍ ଚାଲାକରେ ଲୋକଙ୍କୁ ଲୁଟୁଛନ୍ତି ।