ରଙ୍ଗବୋଳା ରାଜନୀତି ! ସରକାରଙ୍କୁ ଚିହ୍ନି ନାହାଁନ୍ତି ହେଲେ କରୁଛନ୍ତି ପ୍ରଚାର

30

କନକ ବ୍ୟୁରୋ : ଆପଣଙ୍କ ପସନ୍ଦର କଳାକାରଙ୍କ ପ୍ରଚାର ଆପଣଙ୍କୁ ପ୍ରଭାବିତ କରିଛି କି? ସେଲିବ୍ରିଟିଙ୍କୁ ଦେଖି ଭୋଟ୍ ଦେବା ପାଇଁ ନିଷ୍ପତି ନେଉଛନ୍ତି କି । ଯଦି ହଁ, ତେବେ ଆପଣଙ୍କୁ ଆଉ ଥରେ ଚିନ୍ତା କରିବାର ସମୟ ଆସିଛି । କାହିଁକି ନା ଏମିତି ଅନେକ କଳାକାର ଅଛନ୍ତି ଯିଏ ପ୍ରଚାର ପାଇଁ ଆସୁଛନ୍ତି, ହେଲେ ପ୍ରଚାର କରୁଥିବା ଦଳର କିମ୍ବା ପ୍ରାର୍ଥୀଙ୍କ ଲକ୍ଷ୍ୟ ଏବଂ ଆଦର୍ଶ ସଂପର୍କରେ କିଛି ବି ଜାଣନ୍ତି ନାହିଁ ।

ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ବ୍ଲକରେ ପ୍ରଚାର କରୁଛନ୍ତି ଲେସଲି । ବିଜେଡି ପାଇଁ ପ୍ରଚାର କରୁଛନ୍ତି ପାଇଁ ହେଲେ ବିଜେଡି ସରକାରଙ୍କ ଯୋଜନା ସଂପର୍କରେ ସାଧାରଣ ଜ୍ଞାନଟିକେ ବି ନାହିଁ । ଫଳରେ ଅନ୍ୟର ପ୍ରମଟିଂ ଶୁଣି ଟେଲିଜିନ୍ ବାଇଟ୍ ଦେବାକୁ ପଡୁଛି ।

ସେଇ ଏକା କଥା ଦେଖିବାକୁ ମିଳିଛି ଅଭିନେତ୍ରୀ ଏଲିନାଙ୍କ କ୍ଷେତ୍ରରେ । ଯିଏ ଗଂଜାମର କୁକୁଡ଼ାଖଣ୍ଡି ବ୍ଲକରେ ପ୍ରଚାର କରିଛନ୍ତି । ଅବଶ୍ୟ ଏଲିନା ସରକାରଙ୍କ ଯୋଜନା ସଂପର୍କରେ କିଛିଟା ଧାରଣା ଅଛି । ହେଲେ ଜାଣି ପାରୁନାହିଁନ୍ତି କେଉଁଟା କେନ୍ଦ୍ରୀୟ ଯୋଜନା ଓ କେଉଁଟା ରାଜ୍ୟ ସରକାରଙ୍କ ଯୋଜନା ।

ଏବେ ନିଷ୍ପତି ସଚେତନ ଭୋଟରଙ୍କର । ଚିକ୍କଣ ଚେହେରା ବା ଅଭିନେତ୍ରୀଙ୍କ ହାତ ହଲା ଦେଖି ଭୋଟ୍ ଦେବେ ନା ଯିଏ ଅସୁବିଧା ବେଳେ ନିଜ ପାଖରେ ଠିଆ ହେବ ତାକୁ ଭୋଟ୍ ଦେବେ ।