ଓଲିଉଡ୍ ଗାୟିକା ତପୁ ମିଶ୍ରଙ୍କ ନିର୍ବନ୍ଧ ଶେଷ : ଡିସେମ୍ବର ୧୨ରେ ବିବାହ ବନ୍ଧନରେ ହେବେ ଆବଦ୍ଧ

ମିଡିଆର ଧ୍ୟାନ ଆକର୍ଷଣ ନକରି ସେ ଏକ ବ୍ୟକ୍ତିଗତ ସମାରୋହରେ ନିର୍ବନ୍ଧ ଶେଷ କରିଛନ୍ତି ।

5,128

ଓଲିଉଡ୍ ଗାୟିକା ତଥା ରିଅଲିଟି ଟେଲିଭିଜନ୍ ଜଜ୍ ତପୁ ମିଶ୍ରଙ୍କ ଇତି ମଧ୍ୟରେ ନିର୍ବନ୍ଧ ସଂପନ୍ନ ହୋଇଯାଇଛି । ସେ ଅଭିନେତା ଦୀପକ ପୂଜାହାରୀଙ୍କ ସହ ନଭେମ୍ବର ୯ରେ ଭୁବନେଶ୍ୱରରେ ନିର୍ବନ୍ଧ କରିଛନ୍ତି । ମିଡିଆର ଧ୍ୟାନ ଆକର୍ଷଣ ନକରି ସେ ଏକ ବ୍ୟକ୍ତିଗତ ସମାରୋହରେ ନିର୍ବନ୍ଧ ଶେଷ କରିଛନ୍ତି ।

ସେ ସୋସିଆଲ ମିଡିଆରେ ଏହାକୁ ସେୟାର କରିବାକୁ ପସନ୍ଦ କରିଛନ୍ତି ଓ ଲେଖିଛନ୍ତି କି, ତାଙ୍କର ସ୍ୱପ୍ନର ସୌଦାଗର ତାଙ୍କ ଜୀବନକୁ ଆସିଯାଇଛନ୍ତି ଏବଂ ସେ ତାଙ୍କ ଫ୍ୟାନଙ୍କ ଶୁଭେଚ୍ଛା କାମନା କରିଛନ୍ତି । ତପୁ ବିବାହ କରିବାକୁ ଯାଉଥିବା ଦୀପକ ପୂଜାହାରୀ ହେଉଛନ୍ତି ସୋନପୁର ଜିଲ୍ଲାର । ସେ ଅନେକ ବିଜ୍ଞାପନ, ଟେଲି ଧାରବାହିକ ଏବଂ ସମ୍ବଲପୁରୀ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିସାରିଛନ୍ତି । ସେ ଏକ ଓଡିଆ ସିନେମା ‘ଆସିଲୁ ତୁ ଯେବେ ଜୀବନେ’ରେ ମଧ୍ୟ ଅଭିନୟ କରିିଛନ୍ତି । ସେମାନେ ଡିସେମ୍ବର ୧୨ରେ ଭୁବନେଶ୍ୱରର ଏକ ହୋଟେଲରେ ବିବାହ କରିବାକୁ ଯାଉଛନ୍ତି ।