ଦେବଦାସଙ୍କୁ ମିଳିଗଲା ପାରୋ : ଭୂମିକା ସାଜିବେ ଦେବଦାସଙ୍କ ନାୟିକା

37

ଓଲିଉଡରେଏବେ ଜଣେ ଚର୍ଚ୍ଚିତ ନାୟିକାର ଆଖ୍ୟା ପାଇଛନ୍ତି ଅଭିନେତ୍ରୀ ଭୂମିକା ଦାଶ । ନିଜ ସିମ୍ପଲ୍ ଲୁକ ଓ ଦମଦାର୍ ଆକ୍ଟିଂରେ ଓଡିଆ ଦର୍ଶକଙ୍କ ମନ ଜିଣି ପାରିଛନ୍ତି ଭୂମିକା । ଆଉ ତାଙ୍କର ଏହି ଭିନ୍ନ ଅନ୍ଦାଜ ପାଇଁ ଭୂମିକାଙ୍କୁ ମିଳିଛି ଏକ ବଡ ଅଫର୍ । ଆଗାମୀ ଓଡିଆ ଫିଲ୍ମ ‘ନାୟକର ନାଁ ଦେବଦାସ’ରେ ଅଭିନେତ୍ରୀ ଭୂମିକା ପାରୋ ଚରିତ୍ରରେ ନଜର ଆସିବେ ।

ଓଲିଉଡରେ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ । କ୍ଲାସିକ କାହାଣୀ ଦେବଦାସକୁ ନେଇ ଓଲିଉଡରେ ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ନାୟକର ନାଁ ଦେବଦାସରେ ପାରୋ କିଏ ହେବ ସେ ନେଇ ଗତ କିଛି ଦିନ ଧରି ଚାଲିଥିଲା ନାୟିକା ସନ୍ଧାନ ଅଭିଯାନ । ଶେଷରେ ଫିଲ୍ମ ମେକରଙ୍କୁ ମିଳି ଯାଇଛି ତାଙ୍କ ସିନେମା ପାଇଁ ପାରୋ । ଆଉ ସେ ହେଉଛନ୍ତି ତୁ ମୋ ଲଭ ଷ୍ଟୋରୀ ଫେମ ଭୂମିକା । ଭୂମିକା ପରଦାରେ ତୁଲାଇବେ ପାରୋ ଚରିତ୍ର । ଆଉ ଏଥିପାଇଁ ତୈୟାରି ବି ଆରମ୍ଭ କରି ଦେଇଛନ୍ତି ଭୂମିକା । ଜମେ ଚାଭଲ୍ଡ ଆର୍ଟିଷ୍ଟ ଭାବେ ଅଭିନୟର ସଫର ଆରମ୍ଭ କରିଥିବା ଅଭିନେତ୍ରୀ ଭୂମିକା, ଚଳଚ୍ଚିତ୍ର ତୁ ମୋ ଲଭଷ୍ଟୋରୀ ଜରିଆରେ ନାୟିକା ଭାବେ ପରଦାରେ ଆସିଥିଲେ ନଜର । ନିଜ ପ୍ରଥମ ଫିଲ୍ମରେ ବି ଦର୍ଶକଙ୍କ ମନକୁ ଜିଣିବାରେ ସଫଳ ହୋଇଥିଲେ ଭୂମିକା । ନିଜ କ୍ୟୁଟ୍ ଲୁକ୍ ଓ ଆକର୍ଷଣୀୟ ଅଭିନୟ ପାଇଁ ରାତାରାତି ଓଲିଉଡ୍ରେ ଲୋକପ୍ରିୟ ହୋଇ ଯାଇଥିଲେ ଭୂମିକା । ଏହାପରେ ବାବୁଶାନଙ୍କ ବିପକ୍ଷରେ ନାୟିକା ହୋଇ ହିରୋ ନମ୍ବର ୱାନ୍ ଚଳଚ୍ଚିତ୍ରରେ ଭୂମିକା ଦେଖାଇଥିଲେ ନିଜ ଜଲୱା । ଆଉ ଏବେ ନାୟକର ନାଁ ଦେବଦାସ୍ ସିନେମାରେ ପାରୋ ଚରିତ୍ରକୁ ନିଜ ନାମରେ କରିପାରିଛନ୍ତି ଭୂମିକା । ଫିଲ୍ମରେ ନାୟକ ଭୂମିକାରେ ନଜର ଆସିବେ ଅସିତ୍ । ସେହିପରି ଦମଦାର୍ ଚନ୍ଦ୍ରମୂଖୀ ଚରିତ୍ରକୁ ପରଦାରେ ତୁଲାଇବେ ଅଭିନେତ୍ରୀ ଅନୁ ଚୌଧୁରୀ । ଖୁବଶୀଘ୍ର ଏହି ଫିଲ୍ମର ଆରମ୍ଭ ହେବ ସୁଟିଂ ।