ବଲିଉଡରେ ପାଦ ଦେଲେ ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ର !

270

କୁହାଯାଏ ତୁଳସୀ ଦୁଇ ପତ୍ରରୁ ବାସେ । ସେ ବଣରେ ଥିଲେ ମଧ୍ୟ ତାହାର ବାସ୍ନା ଚାରିଆଡ଼େ ଛୁଟିଯାଇ ତାହାର ଅସ୍ଥିତ୍ୱକୁ ଦେଖାଇଥାଏ । ଠିକ୍ ସେହିପରି ଓଡ଼ିଶାର ପ୍ରତି ଘରେ ଘରେ ପରିଚିତ ଲିପ୍ସା ମିଶ୍ର ସେହି ତୁଳସୀ ମାନଙ୍କ ମଧ୍ୟରୁ ଜଣେ । ସେ କେବଳ ରିଲ୍ ଲାଇଫରେ ଜଣେ ତୁଳସୀ ନୁହଁନ୍ତି ବରଂ ରିଅଲ ଲାଇଫରେ ମଧ୍ୟ । ଓଡ଼ିଶାରେ ଜଣେ ପ୍ରସିଦ୍ଧ କଳାକାର ଭାବରେ ନିଜର ଅଭିନୟ ଦେଖାଇ ସାରିବା ପରେ ଏବେ ବଲିଉଡ ମୁହାଁ ହୋଇଛନ୍ତି ଲିପସା ।

ଲିିପ୍ସା ‘କିଛି ଲୁହ ପିଇଯାଏ ଓଠ ’ ଏବଂ ‘ତୋ ଅଗଣାର ତୁଳସୀ ମୁଁ ’ ଭଳି ମେଗା ଧାରାବହିକରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତି ସାରିବା ପରେ ପାଦ ଦେଇଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିରେ । ସେ ବଲିଉଡର ପ୍ରସିଦ୍ଧ ମେଗା ଧାରାବହିକ ଅଭିନେତା ସରଦ ମଲହୋତ୍ରାଙ୍କ ସହିତ ଏକ ଆଲବମରେ ନଜର ଆସିବେ । ସରଦ ମେଗା ଧାରାବାହିକର ଚକୋଲେଟ ହିରୋ ଭାବରେ ବେଶ ଜଣାଶୁଣା । ଯିଏକି କଲର୍ସରେ ପ୍ରସାରିତ ‘କସମ’ ସିରିଅଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ।

ବଲିଉଡରେ ଆଗକୁ ବଢିବା ପାଇଁ ଲିପ୍ସା କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି । ତେବେ ସରଦଙ୍କ ସହିତ ଅଭିନୟ କରିବାର ସୁଯୋଗ ଲିପସାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସଙ୍କେତ ନିଶ୍ଚୟ । ତେବେ ଏହା କ୍ରିଷ୍ଣା ବେଉରାଙ୍କ ମ୍ୟୁଜିକ ଭିଡିଓ ଆଲବମ ଦ୍ୱାରା ନିର୍ମିତ ହୋଇଛି । ଆଲବମଟି ଏକ ସୈନ୍ୟଙ୍କ କାହାଣୀକୁ ନେଇ ନିର୍ମାଣ କରାଯାଇଛି । ତେବେ ଆଲବମଟି ଜାନୁଆରୀ ୨୬ରେ ରିଲିଜ ହେବାକୁ ଯାଉଛି ।