କାହିଁକି ପରସ୍ପରକୁ ନମସ୍କାର କଲେ ବର୍ଷା-ଅନୁଭବ ?

ଓଲିଉଡ଼ର ଭାଇଜାନ୍ ଅନୁଭବ ଏବଂ ବର୍ଷାଙ୍କ ଏହି ଫଟୋ ଫ୍ୟାନମାନଙ୍କ ମନରେ ସସପେନ୍ସ ଭରିଦେଇଛି ।

2,361

କନକ ବ୍ୟୁରୋ: ଓଲିଉଡ଼ ଇଣ୍ଡଷ୍ଟ୍ରୀର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ବର୍ଷା ଓ ଅନୁଭବ ଏବେ ସୋସିଆଲ ମିଡ଼ିଆର ହଟ୍ ଟପିକ୍ ପାଲଟିଛନ୍ତି । କାରଣ ଏହି ଯୋଡ଼ି ପରସ୍ପରକୁ ହାତଯୋଡ଼ି ନମସ୍କାର କରୁଥିବା ଏକ ଫଟୋ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି । ତେବେ ଦୁହେଁ ଦୁହିଁକୁ କାହିଁକି ନମସ୍କାର ହେଉଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଓଲିଉଡ଼ର ଭାଇଜାନ୍ ଅନୁଭବ ଏବଂ ବର୍ଷାଙ୍କ ଏହି ଫଟୋ ଫ୍ୟାନମାନଙ୍କ ମନରେ ସସପେନ୍ସ ଭରିଦେଇଛି ।


ତେବେ ଏହି ଫଟୋଟିକୁ ଖୋଦ୍ ଓଲିଉଡ଼ର ସୁପରଷ୍ଟାର ଅନୁଭବ ନିଜ ଅଫିସିଆଲ୍ ସୋସିଆଲ ପେଜ୍ ରେ ଅପଲୋଡ଼ କରିଛନ୍ତି । ଏବଂ ଫ୍ୟାନମାନଙ୍କୁ ଏହି ଫଟୋ କେଉଁ ମୂହୁର୍ତ୍ତର ବୋଲି ଅନୁମାନ୍ ଲଗାଇବାକୁ କହିଛନ୍ତି । ତେବେ ଗତକାଲି ଏହି ଫଟୋକୁ ପୋଷ୍ଟ କରିବାମାତ୍ରେ ଅନେକ ପ୍ରଶଂସକ ଏହାର ଉତ୍ତର ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ପ୍ରଶଂସକମାନଙ୍କ କହିବା ମୁତାବକ ଏହି ଫଟୋଟି ଅଭିନେତ୍ରୀ ବର୍ଷାଙ୍କ ଆଗାମୀ ଫିଲ୍ମ ‘ନିମକି’ର ଏକ ମୁହୂର୍ତ୍ତ ବୋଲି କହିଛନ୍ତି । କିନ୍ତୁ ଏହି ଫଟୋ ପ୍ରକୃତରେ ସୁଟିଂ ସେଟର ନା ଓଲିଡ଼ର ଏହି ଚର୍ଚ୍ଚିତ ଯୋଡ଼ି ଫଟୋ ସୁଟ୍ ପାଇଁ ଏଭଳି ପୋଜ୍ ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

ଆଗାମୀ ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମ ‘ନିମକି – ନିମପୁରରୁ ନବୀନ ନିବାସ’ର ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ତଥା ଓଲିଉଡ୍ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଦମଦାର୍ ଚରିତ୍ରରେ ନଜର ଆସିବେ । ଏହା ଏକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର ହୋଇଥିବା ବେଳେ, ଏହି ଫିଲ୍ମର କ୍ରିଏଟିଭ୍ ହେଡ୍ ବର୍ଷାଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଭିନ୍ନ ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ‘ନିମକି’ର ନିର୍ଦ୍ଦେଶକ ସୁଶାନ୍ତ ମଣି ଦେଇଥିବାବେଳେ ଫିଲ୍ମର ସଙ୍ଗୀତଭାର ତୁଲାଇଛନ୍ତି ପ୍ରେମ୍ ଆନନ୍ଦ । ତେବେ ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି । ଅନ୍ୟପଟେ ଫିଲ୍ମଟି ଖୁବ୍ ଶୀଘ୍ର ପରଦାକୁ ଆସିବାକୁ ଥିବାବେଳେ ଅନୁଭବଙ୍କ ଟ୍ୱିଟ୍ ଫଟୋ ଫିଲ୍ମ ନିମକି ସହିତ କି ଲିଙ୍କ୍ ରହିଛି ତାହା ଏବେ ସସପେନ୍ସ ଭରିଦେଇଛି । ଚଳଚିତ୍ର ରିଲିଜ୍ ହେବାପରେ ତାହା ଉପରୁ ପରଦା ହଟିବ ବୋଲି ଚର୍ଚ୍ଚା ଜୋର ଧରିଛି ।