ଓଲିଉଡ୍ ଅଭିନେତାଙ୍କ ବିବାଦୀୟ ପୋଷ୍ଟ : ସୋସିଆଲ୍ ମିିଡିଆରେ ରାଜନେତା ଓ ଅଭିନେତାଙ୍କୁ ଟାର୍ଗେଟ କଲେ ଅମ୍ଳାନ

65

ଓଲିଉଡର ଲଭର୍ ବୟ ଅମ୍ଳାନ ଏବେ ଚର୍ଚ୍ଚାରେ । ତେବେ ଏହି ଖବର ତାଙ୍କର ଆଗାମୀ ସିନେମାକୁ ନେଇ ନୁହେଁ ବରଂ ତାଙ୍କର ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ । ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ ପ୍ରମୋସନକୁ ନେଇ ଏକ ପୋଷ୍ଟ ସେୟାର୍ କରିଛନ୍ତି ଅମ୍ଳାନ । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ସଭିଁଙ୍କୁ କଟାକ୍ଷ କରିଛନ୍ତି ।

ଓଲିଉଡର ଲଭର୍ ବୟ ଭାବେ ପରିଚିତ ଅଭିନେତା ଅମ୍ଲାନ ଦାସ । ଓଲିଉଡ଼୍ ସିନେ ଦୁନିଆର ଲୋକପ୍ରିୟ କଳାକାର ମିହିର୍ ଦାସଙ୍କ ପୁଅ ଅମ୍ଳାନ । ନିଜ ସିନେମାକୁ ନେଇ ଯେତିକି ଲୋକପ୍ରିୟ, ସେତିକି ପପୁଲାର୍ ନିଜ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ । ତେବେ ନିକଟରେ ଅଭିନେତା ଅମ୍ଳାନ ଏମିତି ଏକ ବିବାଦୀୟ ପୋଷ୍ଟ ସେୟାର୍ କରିଛନ୍ତି ନିଜ ସୋସିଆଲ୍ ମିଡିଆ ଆକାଉଁଟ୍ ଇଂଷ୍ଟାଗ୍ରାମରେ । ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ କ୍ୟାମ୍ପେନିଂର ଦୃଶ୍ୟ ସହ ଅମ୍ଳାନ ଲେଖିଛନ୍ତି ଏକ ବିବାଦୀୟ ପୋଷ୍ଟ । ନିଜ ପୋଷ୍ଟରେ ଅମ୍ଳାନ ଟାର୍ଗେଟ୍ କରିଛନ୍ତି ଏମାନଙ୍କୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଅମ୍ଳାନ ଲେଖିଛନ୍ତି, ମୋଦ ସାର ଆପଣ ବିଜେପୁରରେ ବାଲିଯାତ୍ରା ଲଗାଇ ଦେଇଛନ୍ତି । ଏହାସହ ଅପଶବ୍ଦ ବ୍ୟବହାର କରି କହିଛନ୍ତି ଏତିକି ଯଦି ଓଡିଆ ଫିଲ୍ମ ପବ୍ଲିସିଟି ପାଇଁ କରନ୍ତେ । ଅମ୍ଳାନଙ୍କ ଏଭଳି ରାଗ ଦେଖିବାକୁ ମିଳିଛି ସୋସିଆଲ୍ ମିଡିଆରେ । ସେପଟେ ଅମ୍ଳାନଙ୍କ ବାପା ମିହିର୍ ଦାସ୍ ଏବେ ଯୋଗଦେଇଛନ୍ତି ବିଜେପିରେ । ବାପା ବିଜେପିକୁ ପ୍ରମୋଟ୍ କରୁଥିବାବେଳେ, ପୁଅ ଅମ୍ଳାନଙ୍କ ଏହି କଟାକ୍ଷ ଦେଖିବାକୁ ମିଳିଛି ସୋସିଆଲ୍ ସାଇଟରେ ।

ତେବେ ଅଭିନେତା ଅମ୍ଳାନ ୨୦୧୩ରେ ଟାର୍ଗେଟ୍ ଫିଲ୍ମ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ । ତୁ ମୋ ଦେହର ଛାଇ, ଗୋଲାପି ଗୋଲାପି, କଲେଜ୍ ଟାଇମ୍, ନୂଆ ନୂଆ ପ୍ରେମ ଭଳି ଅନେକ ସୁପରହିଟ୍ ସିନେମା ଭେଟି ଦେଇଛନ୍ତି । ତେବେ ଗତ ବର୍ଷ ଅମ୍ଳାନଙ୍କ କୌଣସି ବି ଫିଲ୍ମ ଆସିନଥିଲା ପରଦାକୁ । ଆଉ ଏବେ ବି ତାଙ୍କର ଅପକମିଂ ସିନେମାକୁ ନେଇ କୌଣସି ସୂଚନା ନାହିଁ । ଏଭଳି ସମୟରେ ନିଜ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅମ୍ଳାନ ।