କଇଁଛଙ୍କ ମିଳନ ଋତୁରେ ଚଳଚଂଚଳ ରାଜନଗର ସାମୁଦ୍ରିକ ଅଭୟାରଣ୍ୟ ! ମାଛ ମାଫିଆଙ୍କ ଅରାଜକତା ଯୋଗୁଁ ହଜାର ହଜାର କଇଁଛଙ୍କ ମୃତ୍ୟୁ

69

କନକ ବ୍ୟୁରୋ : କଇଁଛଙ୍କ ମିଳନ ଋତୁରେ ରାଜନଗର ସାମୁଦ୍ରିକ ଅଭୟାରଣ୍ୟକୁ ଆସୁଛନ୍ତି ହଜାର ହଜାର ଅଲିଭ ରିଡଲେ । ମାଇଲ ମାଇଲ ଦୂରରୁ ଆସି ଏଠାରେ ଅଣ୍ଡା ଦେବା ପରେ ଏମାନେ ସମୁଦ୍ର ଭିତରକୁ ଫେରିଯାନ୍ତି । ହେଲେ ମାଛ ମାଫିଆଙ୍କ ଅରାଜକତା ଯୋଗୁଁ ଏହି ବିରଳପ୍ରଜାତିର କଇଁଛଙ୍କ ମଶାଣିରେ ପରିଣତ ହୋଇଛି ଗହୀରମଥା ।

କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା । ମିଳନ ପାଇଁ ଏମାନେ ଏବେ ରାଜନଗର ସାମୁଦ୍ରିକ ଅଭୟାରଣ୍ୟକୁ ଆସି ଅଣ୍ଡା ଦେବା ପରେ ଫେରିଯିବେ ସମୁଦ୍ରକୁ । ହେଲେ ନିଷିଦ୍ଧାଂଚଳରେ ମାଛ ମରାଯାଉଥିବା ଯୋଗୁଁ ଅଲିଭ ରିଡଲେ କଇଁଛ ମରି ସମୁଦ୍ର ତଟରେ ପଡୁରହୁଥିବା ଦେଖିବାକୁ ମିଳୁଛି । ବନବିଭାଗ ଓ ତଟରକ୍ଷୀ ବାହୀନିର ସୁରକ୍ଷାକୁ ବେଖାତିର କରି ମାଛ ମାଫିଆମାନେ ଏବେ ନିଷିନିଷିଦ୍ଧାଂଚଳରେ ଟ୍ରଲର ଓ ବୋଟ ଚଳାଉଛନ୍ତି ଫଳରେ ଏଥିରେ ଆଘାତ ପାଇ ଅଲିଭ ରିଡଲେଙ୍କ ମୃତ୍ୟୁ ହେଉଛି ।

Olive Ridley Turtles

କଇଁଛଙ୍କ ଆଗମନକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ୧୯୯୭ମସିହାରେ କେନ୍ଦ୍ରାପଡା ରାଜନଗରର ଗହୀରମଥାକୁ ଅଭୟାରଣ୍ୟ ଘୋଷଣା କରିଥିଲେ । ସେବେଠାରୁ ନଭେମ୍ବର ୧ତାରିଖରୁ ମେ’ ୩୧ପର୍ଯ୍ୟନ୍ତ ଦୀର୍ଘ ସାତ ମାସ ଧରି ଦେବି ମୁହାଣ ଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ମାଛ ମାରିବା ଉପରେ କଟକଣା ଜାରି କରାଯାଏ । ହେଲେ ଏହି ନିୟମକୁ ବେଖାତିର କରୁଥିବା ଯୋର୍ଗୁ ପ୍ରତିବର୍ଷ ହଜାର ହଜାର ଅଲିଭ ରିଡଲେଙ୍କ ମୃତ୍ୟୁକୁ ହେଉଛି ।