ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକିୟା ଆରମ୍ଭ : ଋଷିକୁଲ୍ୟା ମୁହାଣରେ କଇଁଛଙ୍କ ସମାଗମ

60

କନକ ବ୍ୟୁରୋ : ଆରମ୍ଭ ହୋଇଛି ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକିୟା । ଏଥିପାଇଁ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡଲେଙ୍କ ସମାଗମ ହୋଇଛି । କିଭଳି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ କୌଣସି ବାଧା ନଉପୁଜେ ସେ ନେଇ ବେଳାଭୂମିରେ କଟକଣା ଜାରି ରଖାଯାଇଛି ।

ଗଞ୍ଜାମ ଜିଲ୍ଲାରେ ରହିଛି ୫୪ କିମି ବିଶିଷ୍ଟ ବିସ୍ତୃତ ବେଳଭୂମି । ଆଉ ଏଠାରେ ବିରଳ ପ୍ରଜାତିର କଇଁଛଙ୍କ ସମାଗମ ହୋଇଛି । ଅଣ୍ଡାଦାନ ପାଇଁ ପ୍ରକୃଷ୍ଠ ରୁଷିକୁଲ୍ୟା ମୁହାଣକୁ ଏହି ଅଲିଭ ରିଡ଼ଲେ ବାଛିଥାନ୍ତି । ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି ଏହି ଅଣ୍ଡାଦାନ ପ୍ରକ୍ରିୟା । ଗତ ୩ ଦିନଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ହଜାର ହଜାର ସଂଖ୍ୟାରେ ଅଲିଭ ରିଡ଼ଲେ ଅଣ୍ଡାଦାନ କରୁଛନ୍ତି । ଏଥିପାଇଁ ଅଞ୍ଚଳ ବାସଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଗୋଖୁରକୁଦା, ପାଳିବନ୍ଧ ଆଦି ବିଭିନ୍ନ ଗାଁର ଲୋକଙ୍କ ସମେତ ରୁଷିକୁଲ୍ୟା କଇଁଚ ସୁରକ୍ଷା ସମିତି ଗୁରୁଦାୟିତ୍ୱ ବହନ କରିଥାଆନ୍ତି । କଇଁଛଙ୍କ ଅଣ୍ଡାଦାନକୁ ଦୃଷ୍ଟିରେ ରଖି ବେଳାଭୂମିରେ ଚଳପ୍ରଚଳ ଉପରେ କଟକଣା କରାଯାଇଛି । ଏହାସହ ସ୍ଥାନୀୟ ପୋଲିସର ସହାୟତାରେ ବିଭାଗ ପକ୍ଷରୁ ବ୍ୟପକ ପଦେକ୍ଷପ ନିଆଯାଇଛି ।