ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ! କଇଁଛଙ୍କ ସୁରକ୍ଷା ଲାଗି ଖୋଲିବ ୬୬ଟି ଶିବିର, ମୁତୟନ ହେବେ ବନକର୍ମଚାରୀ

78

କନକ ବ୍ୟୁରୋ : ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ସଚିବାଳୟରେ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଲିଭ ରିଡଲେ ସୁରକ୍ଷା ପାଇଁ ରୁଷିକୂଲ୍ୟା, ଗହୀରମଥା ଓ ଦେବୀ ନଦୀ ମୁହାଣରେ ମୋଟ ୬୬ଟି ଶିବିର ଖୋଲାଯିବ । ଏହି ଶିବିର ଗୁଡ଼ିକରେ ବନ ବିଭାଗର କର୍ମଚାରୀମାନେ ମୁତୟନ ହେବେ । ଏମାନେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ନେବେ । ସମ୍ପୃକ୍ତ ଅଂଚଳରେ ସମୁଦ୍ରରୁ ମାଛ ଧରିବା ଉପରେ ମଧ୍ୟ କଟକଣା ଲଗାଯାଇଛି ।

ମତ୍ସ୍ୟଜୀବୀମାନଙ୍କୁ ଉପକୂଳ ଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ ୩୧ ଯାଏଁ ମାଛ ନଧରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଶାସନ ତରଫରୁ ସମ୍ପୃକ୍ତ ମତ୍ସ୍ୟଜୀବୀ ପରିବାରକୁ ଆର୍ଥିକ ସହାୟତା ଦିଆଯିବାକୁ ବୈଠକରେ ନିଷ୍ପତି ହୋଇଛି । ବୈଠକ ପରେ ପିସିସିଏଫ ବନ୍ୟପ୍ରାଣୀ ଏଚଏସ୍ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି ।