୧୪ ହଜାର ବର୍ଷ ପୂର୍ବେ ତିଆରି କରାଯାଇଥିଲା ପ୍ରଥମ ରୁଟି ! ବିଶେଷଜ୍ଞଙ୍କୁ ମିଳିଲା ଅବଶେଷ, ଜାଣନ୍ତୁ ପୁରା ଖବର ।

78

ଦୁନିଆର ପ୍ରଥମ ରୁଟି କେବେ ଏବଂ କେଉଁଠି ତିଆରି ହୋଇଥିଲା ଏନେଇ ଇତିହାସରେ ଅନେକ ଲୋକ ଅନେକ ମତ ପ୍ରଦାନ କରିଛନ୍ତି । କିନ୍ତୁ ଗତ କିଛି ଦିନ ହେବ ବିଶେଷଜ୍ଞ ମାନଙ୍କୁ ଯେଉଁ ଅବଶେଷ ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଉତ୍ତର ପୂର୍ବ ଜୋର୍ଡାନରେ ବିଶେଷଜ୍ଞ ମାନଙ୍କୁ ଏପରି ଏକ ସ୍ଥାନ ମିଳିଛି ଯାହାକୁ ନେଇ କୁହାଯାଉଛି କି ପ୍ରାୟ ୧୪ ହଜାର ବର୍ଷ ପୂର୍ବେ ରୁଟି ତିଆରି କରାଯାଇଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ ବହୁବର୍ଷ ପୂର୍ବରୁ ଏଠାରେ ପଥରରେ ଚୁଲି ତିଆରି କରାଯାଇ ରୁଟି ସେକା ଯାଇଥିଲା ।

ଉଲ୍ଲେଖଯୋଗ୍ୟ କି, ପୂର୍ବରୁ ତିଆରି କରାଯାଇଥିବା ଚୁଲିର କିଛି ଅବଶେଷ ବିଶେଷଜ୍ଞଙ୍କ ହାତରେ ଲାଗିଛି । ମିଳିଥିବା ଏହି ଅବଶେଷ ଅନୁଯାୟୀ ପୂର୍ବକାଳର ଲୋକମାନେ ମଧ୍ୟ ଚାଷବାଷ କରି ରୁଟି ତିଆରି କରି ଖାଇବା ଆରମ୍ଭ କରିଥିଲେ । ବିଶେଷଜ୍ଞ ମାନେ ଭାବୁଥିଲେ ପୂର୍ବକାଳର ଲୋକମାନେ କେବଳ ଶିକାର କରି ଜୀବିତ ରହୁଥିଲେ । କିନ୍ତୁ ପ୍ରାୟ ୪ ହଜାର ବର୍ଷ ପୂର୍ବରୁ ଲୋକମାନେ ଚାଷବାଷ କରି ରୁଟି ତିଆରି କରି ମଧ୍ୟ ଖାଉଥିଲେ । କୁହାଯାଉଛି କି ପୂର୍ବରୁ ଲୋକମାନେ ରୁଟି ବନାଇବା ପାଇଁ ଜଙ୍ଗଲି ଗହମର ବ୍ୟବହାର କରୁଥିଲେ ।

ମିଳିଥିବା ରିପୋର୍ଟ ଅନୁଯାୟୀ, ସେହି ଜଙ୍ଗଲି ଗହମରୁ ରୁଟି ତିଆରି କରାଯାଉଥିବ ବୋଲି ଅନୁମାନ କରାଯାଉଛି । ଏହି ରୁଟିକୁ ନାଟଫିୟନ ସଂସ୍କୁୃତିର ଲୋକମାନେ ବନାଇଥାଇ ପାରନ୍ତି । କାରଣ ସେମାନେ ଯାଜାବର ଜୀବନଯାପନ କରିବାକୁ ପସନ୍ଦ କରୁନଥିଲେ । ସେମାନେ ସ୍ଥାଇ ବାସିନ୍ଦା ଭାବରେ ଗୋଟିଏ ସ୍ଥାନରେ ରହି କାଳତିପାତ କରୁଥିଲେ । ରୁଟିର ଅବଶେଷ ବ୍ଲାକ ଡେଜର୍ଟ ଆର୍କୋଲୋଜିକ ସାଇଡରୁ ମିଳିଛି । ଏବେ ସାରା ଦେଶରେ ଅନେକ ପ୍ରକାର ରୁଟି ବନାଇ ଲୋକମାନେ ଖାଉଛନ୍ତି । ଫ୍ଲାଟ ରୁଟି ଏବଂ ଡବଲରୁଟିର ରେସିପି ଭିଡିଓ ଇଣ୍ଟରନେଟରେ ଭରି ହୋଇ ପଡିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସଭ୍ୟତାର ହଜାର ହଜାର ବର୍ଷ ପୂର୍ବରୁ ମଧ୍ୟ ଲୋକମାନେ ରୁଟି ତିଆରି କରିବା ଆରମ୍ଭ କରିଦେଇଥିଲେ ।