ଲୋଡା ନାହିଁ ଏମିତି କୁଳାଙ୍ଗାର ପୁଅ ! ବଡ ବ୍ୟବସାୟୀଙ୍କ ତାଲିକାରେ ରହିଛି ପୁଅଙ୍କ ନାଁ ଏପଟେ ପେଟକୁ ଦାନା ଯୋଗାଡିବା ପାଇଁ ବୁଢୀ ମା’ ବିକୁଛି ଗୁଟଖା । 

275

ଆଜିର ସମୟରେ ମା’ବାପାଙ୍କ ସମ୍ନାନ ଏବଂ ସ୍ଥାନକୁ ସନ୍ତାନ ଏକ ଧାତୁ ସହ ତୁଳନା କରୁଛନ୍ତି । ପ୍ରତିଦିନ ଖବରକାଗଜର ପୃଷ୍ଠାରେ କେଉଁଠି ବୁଢୀ ମା’କୁ ପୁଅ ଛାଡି ବିଦେଶକୁ ପଳାଇବା ଖବର ବାହାରୁଛି ତ ଆଉ କେଉଁଠି ପେଟକୁ ଦୁଇଓଳି ଖାଦ୍ୟ ଯୋଗାଡ କରିବା ପାଇଁ ବାପାମା’ ବାରଦୁଆର ବୁଲୁଛନ୍ତି । ଏଭଳି ସ୍ଥିତିରେ ଆଉ ଏକ ଖବର ଏବେ ଉତ୍ତପ୍ରଦେଶରୁ ଆସିଛି । ଉତ୍ତରପ୍ରଦେଶର ପ୍ରତାପଗଡଠାରେ ୯୮ ବର୍ଷର ଜଣେ ବୁଢୀ ମା’ ରହିଛନ୍ତି । ଯେ ଦୁଇଓଳି ପେଟକୁ ଦାନା ଯୋଗାଡିବା ପାଇଁ ନାହିନଥିବା ଅସୁବିଧା ଭୋଗୁଛନ୍ତି । ତାଙ୍କ ସହ ବୋହୂ ଏବଂ ଦୁଇ ନାତିନାତୁଣୀ ମଧ୍ୟ ରହିଛନ୍ତି ଯେ ଯାହାଙ୍କ ପେଟ ପାଇଁ ମଧ୍ୟ ଏହି ବୁଢୀ ମା’ ଜଣକୁ ରୋଜଗାର କରିବାକୁ ପଡିଥାଏ ।

୧୭ ବର୍ଷ ଧରି ଏହି ବୁଢୀ ମା’ ଜଣକ ଗୁଟଖା ବିକ୍ରି କରି ଆସୁଛନ୍ତି । ତେବେ ଆପଣ ଭାବୁଥିବେ ଏହି ବୁଢୀ ମା’ଙ୍କର ପୁଅ ନଥିବେ କିନ୍ତୁ ଭୁଲ୍ ଆଜ୍ଞା ଦୁଇଜଣ ଭେଣ୍ଡିଆ ପୁଅଙ୍କ ବଡ ବ୍ୟବସାୟ ଥାଉ ଥାଉ ଏ ବୁଢୀ ମା’ଙ୍କୁ ଗୁଟଖା ବିକ୍ରି କରିବାକୁ ପଡୁଛି । ସାନପୁଅ ନିଜ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ବିବାହ କରିଥିବାରୁ ସେ ଏବେ ଶାଶୁଙ୍କ ସହ ଛୋଟ କୁଡିଆରେ ଜୀବନ ବିତାଉଛନ୍ତି । ଏହି ବୁଢୀ ମା’ ଙ୍କ ନାଁ ସିନା ରାଜକୁମାରୀ କିନ୍ତୁ ସେ ଏବେ ଭିକାରୁଣୀର ଜୀବନ ଜିଉଁଛନ୍ତି । ତିନି ପୁଅଙ୍କୁ ଜନ୍ମ ଦେଇଥିବା ରାଜକୁମାରୀଙ୍କ ଦୁଇପୁଅ ଭିନ୍ନ ହେବା ପରେ ସାନପୁଅ ଏବଂ ସ୍ୱାମୀଙ୍କର ଏକ ଦୂର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ଏବେ ବୋହୂ ଟ୍ରେନରେ ସାମଗ୍ରୀ ବିକ୍ରି କରୁଥିବା ବେଳେ ସେ ଗୁଟଖା ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ।