ବୋହୁମାନେ ଟଙ୍କା ନେଇ ବୃଦ୍ଧାଙ୍କୁ ତଡିଦେଲେ ଘରୁ, ଭିକ ମାଗି ଲକ୍ଷପତି ବନିଗଲେ ମହିଳା

ଲକ୍ଷପତି ଭିକାରୀ ! ପାଖରୁ ମିଳିଲା ଅଢ଼େଇ ଲକ୍ଷ ଟଙ୍କା ସହ ସୁନା ଗହଣା

287

ଆନ୍ଧ୍ରପ୍ରଦେଶରେ ଏକ କୌତୁହାଳପୂର୍ଣ୍ଣ ଘଟଣା ସାମନାକୁ ଆସିଛି । ରାଜ୍ୟର ନାଲଗୋଣ୍ଡାର ମିରୟଲଗୁଡା ଅଂଚଳରେ ଜଣେ ଭିକାରୀ ମହିଳାଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ମିଳିଛି । ଏହାକୁ ଦେଖି ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା । ଏହି ବୃଦ୍ଧା ମହିଳାଙ୍କୁ ତାଙ୍କ ପରିବାର ଲୋକେ ଘରୁ ବାହାର କରିଦେଇଥିଲେ । ଯାହାପରେ ମହିଳା ଜଣକ ଭିକ ମାଗି ପେଟ ପୋଷିବାକୁ ବାଧ୍ୟ ହେଲେ । ପୁଲିସ ଭିକାରୀମାନଙ୍କ ଉପରେ ଚଢ଼ଉ ସମୟରେ ମହିଳାଙ୍କ ଛାନଭିନ୍ କରିଥିଲା । ଏହାପରେ ପୁଲିସକୁ ଟଙ୍କା ମିଳିଲା । ବୃଦ୍ଧା ମହିଳା କହିଲେ କି, ସେ ଭିକ ମାଗି ଟଙ୍କା ଜମା କଲେ, ଯଦ୍ୱାରା ବହୁତ ଟଙ୍କା ଜମା ହୋଇଯାଇଥିଲା । ପୁଲିସ୍ ପଚରାଉଚରା କରିସାରିବାପରେ ମହିଳାଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରାଇଦେଲେ ।

ସୂଚନାଯୋଗ୍ୟ, ପେମ୍ମା ନାମକ ମହିଳାଙ୍କ ଦୁଇଟି ପୁଅ ଅଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅମାନେ ହିଁ ତାଙ୍କ ମହିଳାଙ୍କ ସାହା ଭରସା ଥିଲେ । ତାଙ୍କ ପାଖରେ କିଛି ଜମି ଥିଲା, ଯାହାକୁ ବିକ୍ରି କରିବାପରେ ୨ ଲକ୍ଷ ଟଙ୍କା ମିଳିଲା । ମହିଳା ୧ ଲକ୍ଷ ନିଜ ପାଖରେ ରଖି ଆଉ ୧ ଲକ୍ଷ ପିଲାଙ୍କୁ ଦେଇଥିଲେ । ଜଣେ ପୁଅର ମୃତ୍ୟୁ ଓ ଆଉ ଜଣେ ପୁଅ ଘରୁ ପଳାୟନ କରିବା ପରେ ବୋହୁମାନେ ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କଲେ, ଯଦ୍ୱାରା ବାଧ୍ୟ ହୋଇ ତାଙ୍କୁ ଘର ଛାଡିବାକୁ ପଡିଲା । ସେ ୭ବର୍ଷ ହେବ ପରିବାର ଠାରୁ ଦୂରରେ ରହି ଭିକ ମାଗୁଛନ୍ତି । ପୁଲିସ ଚଢ଼ଉ ପରେ ମହିଳାଙ୍କ ପାଖରୁ ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ମିଳିଲା । ତାଙ୍କ ପାଖରୁ କିଛି ଗହଣା ବି ମିଳିଲା ।