ଏସସିବିରେ ତିନି ଦିନ ହେବ ତଳେ ପଡିରହିଛନ୍ତି ଅସହାୟ ବୃଦ୍ଧା : ନା ଅଛନ୍ତି ନର୍ସ ନା ଅଛନ୍ତି ଆଟେଣ୍ଡାଂଟ୍

28

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ଏସସିବି ମେଡିକାଲର କାଜୁଆଲିଟିରେ ତିନି ଦିନ ହେବ ତଳେ ପଡିରହିଛନ୍ତି ଜଣେ ଅସହାୟ ବୃଦ୍ଧା । ତାଙ୍କ ପାଖରେ କେହି ଆଟେଣ୍ଡାଂଟ୍ ନଥିବା ବେଳେ ଏକୁଟିଆ ପଡି ରହିଥିଲେ । ତେବେ ଏହି ଘଟଣା ଜନୈକ ସମାଜସବୀ ବିଭୁତିଙ୍କ ଆଖିରେ ପଡିବା ପରେ ସେ ଏହି ଅସହାୟ ବୃଦ୍ଧାଙ୍କ ସହ କଥା ହୋଇଥିଲେ । ବୃଦ୍ଧା ଜଣଙ୍କ ଘର କଟକ ଛତ୍ରବଜାର ଅଂଚଳରେ ଏବଂ ତାଙ୍କ ଦୁଇ ଝିଅ ମଧ୍ୟ ଅଛନ୍ତି ।

ତେବେ ବୃଦ୍ଧାଙ୍କୁ କିଏ କେବେ ଆଣି ମେଡିକାଲରେ ଛାଡି ଦେଇ ଯାଇଛି ତାହା ସେ ନିଜେ ମଧ୍ୟ ଠିକ୍ ଭାବେ କହି ପାରୁନାହାଁନ୍ତି । ତେବେ ଏହି ଘଟଣାରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି ସମାଜସେବୀ । ବୃଦ୍ଧା ଜଣକ କିପରି ନିଜ ଘରଜୁ ଫେରିବେ କିମ୍ବା ତାଙ୍କୁ ଥଇଥାନ ବ୍ୟବସ୍ଥା କରାଯିବ ସେଥିପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ ହେଉ ବୋଲି ସେ କହିଛନ୍ତି ।