ରୋଗ ଭଲ ହେବାରୁ ଡାକ୍ତରଙ୍କୁ ଆର୍ଶୀବାଦ ଦେଲେ ବୃଦ୍ଧା : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ, ଚିକିତ୍ସା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମଣିଲେ ଡାକ୍ତର

458

କନକ ବ୍ୟୁରୋ : ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ସବୁବେଳେ ଅଭିଯୋଗ ହୋଇଆସୁଛି । ଏପରିକି ଅନେକ ସମୟରେ ମେଡିଲାରେ ଆଇନ ଶୃଙ୍ଖଲା ପରିସ୍ଥିତିର ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳୁଛି । ଏହାରି ଭିତରେ ଏକ ନିଆରା ଚିତ୍ର ଖବରର ଶିରୋନାମା ପାଲଟିଛି । ଘଟଣା ଘଟିଛି ଭଦ୍ରକରେ । ଦୀର୍ଘ ୪ ବର୍ଷ ହେଲା ରୋଗରେ ପୀଡିତ ଜଣେ ବୃଦ୍ଧା ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଆର୍ଯ୍ୟ ମିଶ୍ରଙ୍କୁ ଦେଉଛନ୍ତି ଆଶୀର୍ବାଦ ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ଆଉ ଭିଡିଓଟି ବି ବେଶ ହୃଦୟସ୍ପର୍ଶୀ ହୋଇଛି । ଖବର ଅନୁସାରେ, ଭଦ୍ରକ ଚରମ୍ପା ଅଂଚଳରେ ଏହି ବୃଦ୍ଧା ମହିଳା ଦୀର୍ଘ ୪ ବର୍ଷ ପୂର୍ବେ ଅସ୍ଥିଶଲ୍ୟ ରୋଗରେ ପୀଡିତ ହୋଇ ଭଦ୍ରକ ମେଡିକାଲରେ ଡାକ୍ତର ଆର୍ଯ୍ୟ ମିଶ୍ରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏବେ ସେ ଡାକ୍ତରଙ୍କୁ ଆଶୀର୍ବାଦ ଦେବାକୁ ଡାକ୍ତରଖାନା ଆସିଥାନ୍ତି । ଏହି ଘଟଣା ପାଇଁ ଡାକ୍ତର ନିଜକୁ ଧନ୍ୟ ମନେ କରିଥାନ୍ତି ।