ଗଣେଶ ମୂର୍ତି ବିସର୍ଜନ ବେଳେ ଅଘଟଣ : ଓଲଡ୍ ଟାଉନ ଅଚଂଳରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗଣେଶ ମୂର୍ତି ବିସର୍ଜନ ବେଳେ ଓଲଡ୍ ଟାଉନ ଅଚଂଳରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘର୍ଷ ଘଟି ୬ ରୁ ଉର୍ଦ୍ଧ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଗ୍ୟାନ ନଗର ଭୋଇସାହିର ଗଣେଶମେଢ଼ ବଢ଼େଇବାଙ୍କ ଛକ ଦେଇ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି । ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତେଜନା ଦେଖାଯାଇଥିଲା । ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା ।