ରେଭେନ୍ସାର ୧୫୦ ବର୍ଷ ପୂର୍ତ୍ତି ! ଆସନ୍ତାକାଲି ଏକାଠି ହେବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର

22

କନକ ବ୍ୟୁରୋ : ଆସନ୍ତାକାଲି ଏକାଠି ହେବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂରାତନ ଛାତ୍ର । ରେଭେନ୍ସାକୁ ୧୫୦ ବର୍ଷ ପୂରିଥିବାବେଳେ ପ୍ରଥମଥର ପାଇଁ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀଙ୍କ ସମାଗମ ହେଉଛି । ଏଥିପାଇଁ ରେଭେନ୍ସା ପରିସରରେ ଥିବା ମୁକ୍ତ ମଂଚ ପ୍ରସ୍ତୁତ ହୋଇ ରହିଛି । ଏପର୍ଯ୍ୟନ୍ତ ୩ଶହରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକରଣ କରିସାରିଛନ୍ତି । କାଲି କାର୍ଯ୍ୟକ୍ରମସ୍ଥଳରେ ମଧ୍ୟ ଛାତ୍ରଛାତ୍ରୀ ଯୋଗଦେଇ ପଞ୍ଜିକରଣ କରିପାରିବେ ।

ରେଭେନ୍ସାରେ ପାଠପଢି ଅନେକ ଛାତ୍ରଛାତ୍ରୀ ବିରଳ କୃତୀତ୍ୱର ଅଧିକାରୀ ହୋଇପାରିଛନ୍ତି । ତେଣୁ କାଲିର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୫୦ ଜଣଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ବନ୍ଧୁ ମିଳନରେ ପୂରାତନ ଛାତ୍ରସଂଘ କିଛି ବିଶେଷ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କହିଛନ୍ତି ରେଭେନ୍ସା ପୂରାତନ ଛାତ୍ର ସଂଘର ସଭାପତି ତଥା ସମ୍ବାଦର ସଂପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।