ସାଧାରଣତନ୍ତ୍ର ଦିବସ ଅବସରରେ କିଛି ପୁରୁଣା ବିରଳ ଫଟୋ ! ଫଟୋରେ ଦେଖନ୍ତୁ ବିଗତ ଦିନର ସାଧାରଣତନ୍ତ୍ର ଦିବସ ।

573

ଯେତେ ନୂତନତା ଆସିଲେ ମଧ୍ୟ ସଦାବେଳେ ଓଲ୍ଡ ଇଜ୍ ଗୋଲ୍ଡର ଟାଗ୍ କୁ ଜାବୁଡି ଧରିଥିବା ଭାରତର କିଛି ସେହିଭଳି ବିରଳ ଫଟୋ । ଯାହା ଧଳାକଳା ଫଟୋରେ ସାଧାରଣତନ୍ତ୍ର ଦିବସ ଅବସରରେ ନିଆଯାଇଥିଲା ।

୧ . ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ପ୍ରଥମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ସମୟର ଫଟୋ । ଜାନୁଆରୀ ୨୬,୧୯୫୦ ।

 

୨ . ପ୍ରଥମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ,୧୯୫୦ ।

 

୩ . ପଣ୍ଡିତ ଜବାହାରଲାଲ୍ ନେହେରୁ ଇଣ୍ଡୋନେସିଆ ରାଷ୍ଟ୍ରପତି ସୁକାର୍ଣ୍ଣୋଙ୍କୁ ସ୍ୱାଗତ କରିବା ଅବସରର ଫଟୋ । ଜାନୁଆରୀ ୨୬,୧୯୫୦ ।

 

 

୪ . ଗେଷ୍ଟ୍ ଅଫ୍ ଅନର୍ ସମ୍ମାନରେ ଚାଲି ଆସୁଥିବା ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଏବଂ ସାଙ୍ଗରେ ନେପାଳର ରାଜା ତ୍ରିଭୁବନ । ଜାନୁଆରୀ ୨୬,୧୯୫୦ ।

୫ . ଆକାଶମାର୍ଗରୁ ୧୯୫୧ ମସିହା ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ର ମନୋଲୋଭା ଦୃଶ୍ୟ ।

୬ . ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ରାଣୀ ଏଲିଜାବେଥ୍ ଙ୍କ ସହ ଗେଷ୍ଟ୍ ଅଫ୍ ଅନର୍ ସମ୍ମାନରେ ଚାଲି ଆସୁଛନ୍ତି । ଜାନୁଆରୀ ୨୬,୧୯୬୧ ।

୭ . ଭାରତର ପ୍ରଥମ ମହିଳା ଆଇପିଏସ୍ ଅଫିସର୍ କିରଣ୍ ବେଦୀ । ୧୯୭୫ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ପୋଲିସ୍ କୁ ଲିଡ୍ କରୁଥିବା ସମୟର ଫଟୋ ।