ବୋହୁ ନୁହେଁ ବରଂ ପୁଅ ପାଇଁ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି ବାପା-ମାଆ : ସମ୍ପତ୍ତି ପାଇଁ ନିର୍ଦ୍ଦୟ ହେଉଛନ୍ତି ସନ୍ତାନ

46

ମାତା-ପିତା ନିଜ ପିଲାଙ୍କ ଭଲ ଲାଳନପାଳନ ଓ ତାଙ୍କର ଭବିଷ୍ୟକୁ ଉଜ୍ଜଳ ବନାଇବା ପାଇଁ କେତେ କ’ଣ କରନ୍ତି । ନିଜ ଜୀବନର ପୁରା ଜମାପୁଂଜି ତାଙ୍କୁ ଭଲ ଭବିଷ୍ୟ ଦେବା ପାଇଁ ବିନିଯୋଗ କରିଦିଅନ୍ତି । ଏବଂ ଯେବେ ସେମାନେ ବଡ଼ ହୋଇ ମାତା-ପିତାଙ୍କୁ ନିଜ ଜୀବନରୁ ବାହାର କରିଦିଅନ୍ତି, ସେତେବେଳେ ତାଙ୍କ ଉପରେ କ’ଣ ଘଟୁଥିବ ଏହା ବୋଧେ ଶବ୍ଦରେ ପ୍ରକାଶ କରାଯାଇପାରିବନି । ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ବୃଦ୍ଧ ମାତା-ପିତା ନିଜ ବୋହୁ ଠାରୁ ଅଧିକ ପୁଅ ଠାରୁ ହଇରାଣ ହେଉଛନ୍ତି । ଏମିତି ଅନେକ ମାମଲା ସାମନାକୁ ଆସିଛି ।

ଏମିତି ସମ୍ବେଦନହୀନ କାହାଣୀ ପ୍ରତିଦିନ ବାସ୍ତବତାର ରୂପ ନେଉଛି । କିଛି ସମୟ ପୂର୍ବରୁ ବୃଦ୍ଧ ଶାଶୁ-ଶ୍ୱଶୁର ବୋହୁଙ୍କ ଖରାପ ବ୍ୟବହାରକୁ ନେଇ ଅଭିଯୋଗ ଆଣୁଥିଲେ, କିନ୍ତୁ ଏବେ ତାଙ୍କୁ ବୋହୁଙ୍କ ଠାରୁ ଅଧିକ ପୁଅମାନଙ୍କଠୁ ବେଶି ଅସୁବିଧା ହେଉଛି । ପୁଅଙ୍କୁ ମାତା-ପିତାଙ୍କ ଠାରୁ ତାଙ୍କ ଘର ବେଶି ପ୍ରିୟ ଲାଗୁଛି । ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରର ଆକଳନ ଉପରେ ଅନୁମାନ କଲେ ୫୦ ପ୍ରତିଶତ ମାମଲା ଘରୁ ବେଦଖଲ କରାଯାଉଥିବା ବୃଦ୍ଧ ଦମ୍ପତିଙ୍କ ମାମଲା ରୁଜୁ ଅଛି । ୫୦-୫୫ ମାମଲା ବିବାଦ ଘେରରେ ଅଛି । ଅଧିକାଂଶ ଲୋକ ବଦନାମ ହେବା ଡରରେ ଅଭିଯୋଗ ଦାଖଲ କରିବାକୁ ପହଂଚନ୍ତିନି ।

ଏଭଳି ଅଭିଯୋଗ ଆସୁଛି :

• ବୋହୁ-ପୁଅ ଦ୍ୱାରା ଉଭୟ ସମୟରେ ଭୋଜନ ଓ କପଡ଼ା ନଦେବା ।

• ବୋହୁ-ପୁଅ ଦ୍ୱାରା ନିଜ ପାଇଁ ଭଲ ଓ ମାତା-ପିତାଙ୍କୁ ବାସୀ ଭୋଜନ ଦେବା ।

• ମଦ୍ୟପାନ କରି ବୃଦ୍ଧ ମାତା-ପିତାଙ୍କ ସହିତ ମାରପିଟ୍ କରିବା ।

• ବୋହୁ ଦ୍ୱାରା ଶାଶୁ ସହିତ ଗାଳି-ଗୁଲଜ ଓ ଅଭଦ୍ରତା କରିବା ।

• ମାତା-ପିତାଙ୍କୁ ଭରଣ-ପୋଷଣ ନକରିବା ।