ରାଜଧାନୀ ଏକ୍ସପ୍ରେସ ଟଏଲେଟରୁ ମିଳିଲା ପୁରୁଣା ଅଚଳ ନୋଟ୍ : ୪ ଲକ୍ଷ ୧୧ ହଜାର ଟଙ୍କା ଜବତ ପରେ ତନାଘନା

41

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟ୍ରେନରୁ ମିଳିଲା ଟଙ୍କା । ସନ୍ଦେହଜନକ ଭାବେ ଟ୍ରେନରୁ ମିଳିଛି ବ୍ୟାନ ହୋଇଥିବା ବଡ ନୋଟ । ରାଜଧାନୀ ଏକ୍ସପ୍ରେସ ଟ୍ରେନର ଟଏଲେଟରୁ ମିଳିଛି ୪ ଲକ୍ଷ ୧୧ ହଜାର ଟଙ୍କା । ୩୬ ନମ୍ବର କୋଚରୁ ଜବତ ଏହି ଟଙ୍କା ଭିତରେ ଅଚଳ ୫୦୦ ଓ ହଜାରେ ଟଙ୍କିଆ ନୋଟ ରହିଛି ।

୫୦୦ ଟଙ୍କିଆ ନୋଟର ୫Uò ବଣ୍ଡଲ ଓ ୨ଟି ହଜାରେ ଟଙ୍କିଆ ନୋଟ ବଣ୍ଡଲ ଅଛି । ଏତେ ପରିମାଣର ଅଚଳ ନୋଟ କେଉଁଠୁ ଆସିଲା ତାକୁ ନେଇ ସନ୍ଦେହ ଉପୁଜିଛି । ଏହି ଘଟଣାରେ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଜିଆରପି ।

କଳା ଟଙ୍କା କାରବାର ରୋକିବାକୁ ସାରା ଦେଶରେ ୫୦୦ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ନଭେମ୍ବର ୮ ତାରିଖରୁ ବଡ ନୋଟ ବ୍ୟାନ ହୋଇଥିଲେ ସୁଦ୍ଧା ଏତେ ଟଙ୍କା ଟ୍ରେନ ଭିତରେ କେଉଁଠୁ ଆସିଲା ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଟ୍ରେନ ଟଏଲେଟ ଭିତରେ ଏହାକୁ ଲୁଚାଇ ରଖାଯାଇଥିଲା । ତେଣୁ କଳଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ ଏହି ଟଙ୍କା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି _êଲିସ ।