ସମ୍ବଲପୁରରୁ ବିପୁଳ ପରିମାଣରେ ନୂଆ ଓ ପୁରୁଣା ନୋଟ୍ ଜବତ କଲା ପୁଲିସ

54

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ବଲପୁରରୁ ୧ କୋଟିରୁ ଅଧିକ ଟଙ୍କା ଜବତ କରିଛି ପୁଲିସ । ଏଥିରେ ପୁରୁଣା ବଡ ନୋଟ୍ ସହ ନୂଆ ନୋଟ୍ ମଧ୍ୟ ଜବତ କରାଯାଇଛି । ବିପୁଳ ପରିମାଣର ଟଙ୍କା ଜବତ କରିବା ସହ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସମ୍ବଲପୁରର ବିଭିନ୍ନ ଅଂଚଳରୁ ମୋଟ୍ ୧କୋଟି ୪୨ଲକ୍ଷ ୯୧ହଜାର ୫ଶହ ଟଙ୍କା ଜବତ କରାଯାଇଛି । ଏହାସହ ୨ଟି ବନ୍ଧୁକ, ଗୁଳି ଓ ଏକ କାର୍ ଜବତ କରାଯାଇଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :