କୋଣାର୍କ ନିକଟରେ ଅଭାବନୀୟ ଘଟଣା : ରାସନ କାର୍ଡ ନପାଇ ସର୍ବସମ୍ମୁଖରେ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

26

କନକ ବ୍ୟୁରୋ : ପୁରୀ ଜିଲ୍ଲା ଗୋପ ବ୍ଲକରେ ଅଭାବନୀୟ ଘଟଣା । ରାସନ କାର୍ଡ ପାଇବାରୁ ବଂଚିତ ହେବା ପରେ ଜଣେ ବୃଦ୍ଧ ହିତାଧିକାରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବ୍ଲକ ପରିସର ଏକ ଗଛରେ ଆତ୍ମହତ୍ୟା ଉଦ୍ୟମ ବେଳେ ସ୍ଥାନୀୟ ଲୋକେ ସଂପୃକ୍ତ ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ଗୋପବ୍ଲକ ଏରବଙ୍ଗ ପଂଚାୟତ ନାଗସାହି ଗାଁର ବେଣୁଧର ମଲ୍ଲିକ ରାସନକାର୍ଡ ପାଇଁ ଆବେଦନ କରିଥିଲେ ବି ପାଇନଥିଲେ । ଏ ବାବଦରେ ସେ ସରପଂଚକୁ ଜଣାଇଥିଲେ । ଆଜି ଗୋପ ବ୍ଲକର ପଂଚାୟତ ବୈଠକ ଚାଲିଥିବାବେଳେ ବେଣୁଧର ହଠାତ ଗଛରେ ଚଢିଯାଇଥିଲେ । ପରେ ସ୍ଥାନୀୟ ଲୋକେ ବେଣୁଧରକୁ ଉଦ୍ଧାର କରି ଗୋପ ଡାକ୍ତରଖାନାରେ ଭର୍ତି କରିଛନ୍ତି ।