୯୬ କୋଟିର ଅଚଳ ନୋଟ ଜବତ ! କାନପୁରରେ ଜଣେ ଲୁଗା ବ୍ୟବସାୟୀଙ୍କ ଠାରୁ ଟଙ୍କା ଜବତ କଲା ଏନଆଇଏ ଓ ଉତ୍ତରପ୍ରଦେଶ ପୁଲିସ

33

କନକ ବ୍ୟୁରୋ: ଉତ୍ତରପ୍ରଦେଶରୁ ଆସିଛି ଏକ ବଡ ଖବର ।  ଜଣେ ଲୁଗା ବ୍ୟବସାୟୀଙ୍କଠାରୁ ଜବତ ହୋଇଛି  ୯୬ କୋଟିର ଅଚଳ ପୁରୁଣା ନୋଟ୍ ।  ଉ୍ତରପ୍ରଦେଶର କାନପୁରରୁ ଏହି ଟଙ୍କା ମିଳିଛି । କାନପୁରର ଜଣେ ଲୁଗା ବ୍ୟବସାୟୀ ଆନନ୍ଦ କ୍ଷେତ୍ରୀଙ୍କ ଘରୁ ଏହି ନୋଟ ଜବତ କରିଛି ଏନଆଇଏ ଓ ୟୁପି ପୋଲିସ । କୌଣସି ସୁତ୍ରରୁ ଖବର ପାଇଁ ଆଜି ସକାଳେ ଏନଆଇଏ ଓ ଉତ୍ତରପ୍ରଦେଶ ପୋଲିସ ଚଢାଉ ଏହି ଲୁଗା ବ୍ୟବସାୟୀଙ୍କ ଘରେ ରେଡ କରିଥିଲା । ଆଉ ଘରୁ ମିଳିଥିଲା ପୁଳା ପୁଳା ଅଚଳ ପୁରୁଣା ନୋଟ । ଘଟଣାରେ ବ୍ୟବସାୟୀ  ଆନନ୍ଦ କ୍ଷେତ୍ରୀ ସମେତ ୧୬ ଜଣଙ୍କୁ ଗିରଫ କରିଛି ପୁଲିସ ।

ସୂଚନା ମୁତାବକ, କାନପୁର ଠାରେ ଗୋଟିଏ ନିର୍ମାଣାଧୀନ ଘରୁ ନେସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି ଏବଂ ଉତ୍ତରପ୍ରଦେଶ ପୁଲିସ ପ୍ରାୟ ୯୬ କୋଟିର ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଜବତ କରିଛନ୍ତି । ଜବତ କରାଯାଇଥିବା ଟଙ୍କା ଜଣେ ପ୍ରସିଦ୍ଧ ଡିଟର୍ଜେଣ୍ଟ୍ ନିର୍ମାତାଙ୍କ ସମେତ ଅନ୍ୟ ଚାରି ପାଞ୍ଚ ଜଣ ବ୍ୟକ୍ତି ବା କମ୍ପାନିର । ସିସାମାଉର ଜଣେ ନିର୍ମାତା ନୋଟ୍ ଗଚ୍ଛିତ ରଖାଯାଇଥିବା ସ୍ଥଳକୁ ବାଟ ସେମାନଙ୍କୁ କଢ଼େଇ ନେଇଥିବା କଥା ଉତ୍ତର ପ୍ରଦେଶ ପୁଲିସ କହିଛି । ଏହାକୁ ବଦଳାଇ ନୂଆ ନୋଟ୍ ଅଣାଯିବା ପାଇଁ ରଖା ଯାଇଥିବା କଥା ସନ୍ଦେହ କରାଯାଉଛି ।

କାନପୁର ଅନ୍ତର୍ଗତ ସ୍ୱରୂପ ନଗର ଅଞ୍ଚଳର ଏକ ନିର୍ମାଣାଧୀନ ଘରେ ବିପୁଳ ପରିମାଣର ଅଚଳ ନୋଟ୍ ଗଚ୍ଛିତ ଅଛି ବୋଲି ଆମେ ସୂଚନା ପାଇଲୁ । ଏଥିରେ କୌଣସି ଆତଙ୍କବାଦୀ ସମ୍ପୃକ୍ତ ନ ଥିବାରୁ ଉତ୍ତର ପ୍ରଦେଶ ପୁଲିସକୁ ସୂଚନା ଦିଆଯାଇଥିଲା। ପରେ ଉତ୍ତର ପ୍ରଦେଶ ପୁଲିସ ଏବଂ ଏନଏଆଇ ମିଳିତ ଚଢ଼ାଉ କରିଥିଲା ବୋଲି ଜଣେ ଏନଏଆଇ ଅଧିକାରୀ କହିଛନ୍ତି।