ନଦୀରେ ଆସିଲା ଟଙ୍କାର ବନ୍ୟା! ଲୁଟିବା ପାଇଁ ନଦୀ ଭିତରକୁ ଡେଇଁଲେ ଲୋକେ ।

47

ଆରବିଆଇ ଅର୍ଥାତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗତ କିଛି ଦିନ ପୂର୍ବରୁ ଏକ ରିପୋର୍ଟ ଜାରି କରିଥିଲା । ଏହି ରିପୋର୍ଟ ଅନୁଯାୟୀ, ବିମୂଦ୍ରାକରଣ ପରେ ୯୯.୩ ପ୍ରତିଶତ ଟଙ୍କା ବ୍ୟାଙ୍କକୁ ଫେରି ଆସିଥିଲା । କିନ୍ତୁ ରିପୋର୍ଟ ଆସିବା ଠିକ ପର ଦିନ ବଡୋଦରାର ମାଲସର ଗାଁରେ ୫୦୦ ଏବଂ ୧୦୦୦ ଟଙ୍କାର ପୁରୁଣା ନୋଟ ନର୍ମଦା ନଦୀରେ ବୋହିଯାଉଥିବା ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ମାଲସର ଗାଁର କିଛି ଲୋକ ଗୁରୁବାର ଦିନ ଦିପ୍ରହରେ ନଦୀକୁ ଗାଧୋଇ ଯାଇଥିଲେ । ସେଠାରେ ସେ ପୁରୁଣା ହଜାର ଏବଂ ପାଞ୍ଚ ଶହ ଟଙ୍କିଆ ନୋଟ ଭାସୁଥିବାର ଦେଖିଥିଲେ । ନଦୀରେ ନୋଟ ଭାସିଯାଉଥିବା ଖବର ପବନ ବେଗରେ ଚାରି ଆଡେ ବ୍ୟାପିଯାଇଥିଲା । ଯାହାଫଳରେ ଏହାକୁ ଦେଖିବା ପାଇଁ ଲୋକମାନେ ନର୍ମଦା ନଦୀ କୂଳରେ ଭିଡ ଜମାଇଥିଲେ ।

ନଦୀରେ ଟଙ୍କା ଭାସୁଥିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ପାଣିରୁ ଟଙ୍କା ବାହାର କରିବା ପାଇଁ ନଦୀକୁ ଡେଇଁ ପଡିଥିଲେ । ସେଠାରେ ଉପସ୍ଥିତ ଥିବା ରମଣ ମଚ୍ଛି ନାମକ ଜଣେ ବ୍ୟକ୍ତି ଏହି ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣା ସ୍ଥଲରେ ପହଞ୍ଚି ଥିଲେ । ଏବଂ ସେଠାରୁ ପୋଲିସ ପ୍ରାୟ ୩୬ଟି ହଜାର ଟଙ୍କିଆ ନୋଟ ଏବଂ ୨ଟି ୫ଶହ ଟଙ୍କିଆ ନୋଟ ପାଣିରୁ ବାହାର କରିଥିଲା । ତେବେ ପୋଲିସ ଭାସି ଯାଉଥୁବା ଟଙ୍କାକୁ ନଦୀରୁ ବାହାର କରିବା ସହ ଗଟଣା ଉପରେ ତଦନ୍ତ ଆରମ୍ଭ କରିଛି ।