ଜୀବନର ଶେଷ ପାହାଚରେ ବି ଅଲୋଡ଼ା ବାପା-ମାଆ । ପରିବାର ନୁହେଁ ବୃଦ୍ଧାଶ୍ରମରେ ସମୟ କାଟୁଛନ୍ତି ଜୀବିତ ଭଗବାନ ।

116

କନକ ବ୍ୟୁରୋ: ବାପା-ମାଆ ନିଜ ପିଲାକୁ ଏନ୍ତୁଡ଼ି ଶାଳରୁ କେତେ ସରଧା ଆଉ ସ୍ନେହରେ ବଡ଼ କରିଥାନ୍ତି । ନିଜର ଜୀବନର ଶେଷ ପାହାଚରେ ସେମାନଙ୍କର ସାହାରା ପାଲଟିବ ବୋଲି । ହେଲେ ସେତେବେଳେ ଆଖିରେ ଉଙ୍କିମାରୁଥାଏ ଅନେକ ସ୍ୱପ୍ନ । ନିଜର ସନ୍ତାନମାନେ ବୁଢା ବାପା ମା ଙ୍କୁ ସେବା କରିବେ ସାହାରା ହେବେ । ଏମିତିଏମିତିରେ କଟିଜିବ ଜୀବନ । ସମସ୍ତଙ୍କ କ୍ଷେତ୍ରରେ ଏମିତି ହୁଏନି । ବୁଢା ବାପା ମାଆ ଛୁଆଙ୍କ ସହିତ ନୁହେଁ ବରଂ ଶେଷ ଜୀବନ କାଟନ୍ତି ଜରାନିବାସ ବା ବୃଦ୍ଧାଶ୍ରମରେ ।

ତେବେ ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ ରହିଛି “ପତିତପାବନ ସେବା ସଂଘ” । ସେବାସଂଘ ପରିସରରେ ରହିଛି ଏକ ବୃଦ୍ଧାଶ୍ରମ । ଯେଉଁଠି ପୁରୁଷ ଓ ସ୍ତ୍ରୀ ଙ୍କୁ ମିଶାଇ ୨୫ଜଣ ଅନ୍ତେବାସୀ ରହୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ହାତ ଗଣତି ମାତ୍ର କେତୋଟି ବୃଦ୍ଧାଶ୍ରମ ରହିଛି ସେଥିମଧ୍ୟରୁ “ପତିତପାବନ ସେବା ସଂଘ” ଅନ୍ୟତମ । ପରିବାର ପକ୍ଷରୁ ଅଲୋଡା ହୋଇପଡିଥିବା ଏବଂ ପରିସ୍ଥିତର ଚକ୍ରରେ ପଡ଼ି ବାଧ୍ୟବାଧକତାରେ ଶେଷ ଜୀବନପାଇଁ ଆଦରିନଅନ୍ତି ବୃଦ୍ଧାଶ୍ରମକୁ । ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଦୁଃଖ ବି ଲାଗେ । କେମିତି ଜରାଗ୍ରସ୍ତ ଜୀବନ ଜୀଉଁଥିବେ ଏମାନେ ?

ଆଜି ଯିଏ ବୃଦ୍ଧ/ବୃଦ୍ଧା କାଲି ସେମାନେ ଥିଲେ ଯୁବକ ଯୁବତୀ ପରିବାର ଗଢିଛନ୍ତି ଆଉ ପିଲାଙ୍କୁ ପାଳିଛନ୍ତି ବି ସେମାନେ । କିନ୍ତୁ ଆଜି ଯେତେବେଳେ ସେମାନେ ଦୁର୍ବଳ । ପରିବାର ପ୍ରତିପୋଷଣ କରିବାର କ୍ଷମତା ସେମାନଙ୍କ ପାଖରେନାହିଁ । ଆଉ ସେତେବେଳେ ତାଙ୍କ ଦ୍ୱାରା ପ୍ରତିପାଳିତ ସନ୍ତାନ ଆଜି ତାଙ୍କୁ ସାତପର କରିଦେଇଛନ୍ତି । ଏତେପରେ ବି ନିଜ ତାଙ୍କ ସନ୍ତାନସନ୍ତତି ମାନଙ୍କ ପ୍ରତି ମନରେ ନା ଅଛି ରାଗ, ନା ଅଛି ଦ୍ୱେଷ ନା ଦେଉପାରୁଛନ୍ତିି ଅଭିଶାପ? ଏତେପରେବି ପରିବାର ମଙ୍ଗଳ ମନାସି ତୁଳସୀ ଚଉଁରା ମୂଳରେ ପୂଜା ମଧ୍ୟ କରୁଛି ବୃଦ୍ଧ ମାଆ ।