ନୋଟ୍‌ ବଦଳ ବନ୍ଦ : ପୁରୁଣା ୫୦୦ ଟଙ୍କିଆ ବଦଳ କରିବାର ସମୟ୧୫ ପର୍ଯ୍ୟନ୍ତ ବଢ଼ିଲା

25

କନକ ବ୍ୟୁରୋ : ଲୋକମାନେ ବ୍ୟାଙ୍କରେ ଆଉ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ବଦଳାଇ ପାରିବେ ନାହିଁ। ୨୪ ତାରିଖ ମଧ୍ୟରାତ୍ରି ପରେ ଲୋକଙ୍କୁ ଏହି ସୁବିଧା ଆଉ ମିଳିବ ନାହିଁ ବୋଲି ସରକାର ଆଜି ଘୋଷଣା କରିଛନ୍ତି। ତେବେ ଲୋକମାନେ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କରେ ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଜମା କରିପାରିବେ।

ଅନ୍ୟପକ୍ଷରେ ଉଚ୍ଚ ମୂଲ୍ୟର ନୋଟ୍‌ ଅଚଳ ହେବା ପରେ ସାଧାରଣ ଲୋକ ବିଭିନ୍ନ ସେବା ପାଇବା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ପୂର୍ବରୁ କେତେକ ସେବାର ବିଲ୍‌ ପଇଠ କ୍ଷେତ୍ରରେ ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ ନେଇ ଘୋଷଣା କରିଥିଲେ।

ଆଜି ସେସବୁ ସେବା କ୍ଷେତ୍ରରେ ସମୟ ସୀମାକୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲେ ମଧ୍ୟ ଏଥିରେ ଅନେକ କଟକଣା ଲଗାଇ ଦେଇଛନ୍ତି। ଏହି ସବୁ ସେବା ପାଇଁ ଲୋକମାନେ କେବଳ ପୁରୁଣା ୫୦୦ ଟଙ୍କିଆ ନୋଟ ଦେଇପାରିବେ। ଫଳରେ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ୟ୍ୟନ୍ତ କେବଳ ବ୍ୟାଙ୍କରେ ହିଁ ୧୦୦୦ ଟଙ୍କିଆ ନୋଟ୍‌କୁ ଜମା କରାଯାଇ ପାରିବ।