ବେଙ୍ଗାଲୁରରୁ ଉତ୍ତର କୋରିଆକୁ ବୁକ୍ ହେଲା ଓଲା କ୍ୟାବ । ୧.୪୯ ଲକ୍ଷ ଟଙ୍କାର ଆସିଲା ବିଲ୍ ।

31

ଇଣ୍ଟରନ୍ୟାସନାଲ ରୋଡ୍ ଟ୍ରିପରେ ଯିବାକୁ କାହାର ବା ଇଚ୍ଛା ନଥାଏ କିନ୍ତୁ ଏଥିରେ ଅନ୍ତରାୟ ସୃଷ୍ଟି କରିଥାଏ ବଜେଟ । କିନ୍ତୁ ଯଦି ଲୋକାଲ କ୍ୟାବ୍ ଆପଣଙ୍କୁ ଏହି ସେବା ଯୋଗାଇ ଦେବ ? ଶୁଣିବାକୁ ହୁଏତ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଜଣେ ବ୍ୟକ୍ତିଙ୍କ ସହ କିଛି ଏପରି ହିଁ ହୋଇଛି ।

ବେଙ୍ଗାଲୁର ର ରୋହିତ ମେଣ୍ଡା ଉତ୍ତର କୋରିଆ ଯାତ୍ରା ପାଇଁ ଓଲା କ୍ୟାବ ବୁକ୍ କରିଥିଲେ । ଆଶ୍ଚର୍ଯ୍ୟର କଥା ଏହା ଯେ, ରୋହିତ ବୁକ୍ କରିଥିବା ଓଲା କ୍ୟାବଟି ବୁକ୍ ହୋଇଯାଇଥିଲା । ଏବଂ ରୋହିତଙ୍କ ମୋବାଇଲରେ ବୁକିଂର ସମସ୍ତ ତଥ୍ୟ ଏବଂ ଡ୍ରାଇଭରଙ୍କ ନାଁ ମଧ୍ୟ ଆସିଯାଇଥିଲା । କେବଳ ଏତିକି ନୁହେଁ , ଏହା ସହ ବିଲ୍ ମଧ୍ୟ ଆସିଥିଲା । ଯେଉଁଥିରେ କିଲୋମିଟର ପ୍ରତି ୧୦ଟଙ୍କା ହିସାବରେ ୧.୪୯ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଥିବା ଦେଖିବାକୁ ମିଳିଥିଲା ।

ରୋହିତ ନିଜ ମୋବାଇଲରେ ଏହି ବିଲର ସ୍କ୍ରିନ୍ ସଟ୍ ନେଇଥିଲେ ଏବଂ ଏହାକୁ ଟ୍ୱିଟରରେ ଓଲାକୁ ପୋଷ୍ଟ କରିଥିଲେ । ପୋଷ୍ଟ କରିବା ସମୟରେ ରୋହିତ ଲେଖିଥିଲେ ଯେ, ଓଲା କ୍ୟାବର ଏହି ଉତ୍ତର କୋରିଆ ଟ୍ରିପ୍ କିପରି ସମ୍ଭବ ଅଟେ ? ନିଜ ସିଷ୍ଟମ ଯାଞ୍ଚ କରନ୍ତୁ ।