ଗଡିବ ନାହିଁ ଗାଡି : ମାର୍ଚ୍ଚ ୧୯ ରୁ ଆଉ ଗଡିବ ନାହିଁ ଗାଡି । ଜାଣନ୍ତୁ କାହିଁକି

31

ଓଲା ଏବଂ ଉବର ଡ୍ରାଇଭରଙ୍କ ମଧ୍ୟରେ ପୁଣି ଗଣବିରୋଧ ଦେଖାଦେଇଛି । ମହାରାଷ୍ଟ୍ର ନବନିର୍ମାଣବାହାତୁକ ସେନା ଅଧ୍ୟକ୍ଷ ସଂଜୟ ନାଇକଙ୍କ ତତ୍ୱାବଧାନରେ ଏହି ପ୍ରଦର୍ଶନ ଆୟୋଜିତ ହେବାକୁ ଯାଉଛି । ସଂଜୟଙ୍କ କହିବାନୁସାରେ, ମାର୍ଚ୍ଚ ୧୯ ସକାଳ ୮ ଟାରୁ ଡ୍ରାଇଭରମାନେ ନିଜ ନିଜର ଡିଭାଇଜ ବନ୍ଦ କରିଦେବେ । ଯଦି ଏହିଭଳି ପରିସ୍ଥିତି ଉପୁଜେ ତେବେ ଦିଲ୍ଲୀ, ମୁମ୍ବାଇ, ଗୁରୁଗ୍ରାମ ସମେତ ଅନ୍ୟ କେତେକ ସହରରେ ଏହାର ପ୍ରଭାବ ଦେଖାଯିବ । ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ।

ଡ୍ରାଇଭରମାନଙ୍କ ବିରୋଧର କାରଣ ହେଉଛି ପୂର୍ବରୁ କମ୍ପାନୀ ୧.୨୫ ଲକ୍ଷ ଟଙ୍କାର କାରବାର କରିବାକୁ କଥା ଦେଇଥିଲା କିନ୍ତୁ ପରମୁହୂର୍ତ୍ତରେ ନିଜ ନିଷ୍ପତ୍ତିରୁ ଓହରି ଯାଇଥିଲେ । ପୁନର୍ବାର ଏହି ନିଷ୍ପତ୍ତି ପାଳନ କରିବା, ପ୍ରାଇଭେଟ୍ ଚଳପ୍ରଚଳ ହେଉଥିବା ଗାଡିରେ ରୋକ ଲଗାଇବା, କମ ରେଟିଙ୍ଗ ଡ୍ରାଇଭରଙ୍କୁ ପୁନର୍ବାର ନିଯୁକ୍ତି ଓ ବାହନ ମୁତାବକ ସଠିକ ଦାମ ନିର୍ଣ୍ଣୟ ଏବଂ କମ ଦାମକୁ ବନ୍ଦ କରିବା ଭଳି ସର୍ତ୍ତ କ୍ୟାବ ଡ୍ରାଇଭର୍ମାନେ ରଖିଛନ୍ତି ।

 

ଏହି ବିରୋଧ ଯୋଗୁଁ ମୁମ୍ବାଇରେ ଚାଲୁଥିବା ୪୫,୦୦୦ କ୍ୟାବରୁ ୨୦ ପ୍ରତିଶତ କ୍ୟାବ ବନ୍ଦ ହୋଇଯାଇଛି । ଯେଉଁ ବ୍ୟାଙ୍କଗୁଡିକ ଏହି କ୍ୟାବ ବଦଳରେ ଋଣ ଯୋଗାନ୍ତି, ସେମାନେ କ୍ୟାବକୁ ବାଜ୍ୟାପ୍ତ କରି ନେଇଛନ୍ତି । ପ୍ରତି ଦିନ ୧୨ ଘଣ୍ଟା ପରିଶ୍ରମ କରିବା ସତ୍ତେ୍ୱ ଡ୍ରାଇଭରମାନେ ଋଣ ପରିଶୋଧ କରିବାକୁ ଅସମର୍ଥ । ଯଦି ଆଗକୁ ଏହିଭଳି ବିକ୍ଷୋଭ ଚାଲୁରହିଲା ତେବେ କ୍ୟାବ ସେବା ପାଇଁ ଲୋକ ହନ୍ତସନ୍ତ ହେବେ ଏବଂ କ୍ୟାବର ଦାମ ଆକାଶଛୁଆଁ ହେବ ।