ଆସିଲା ଓଜେଇଇ ରେଜଲ୍ଟ: ଏମବିଏରେ ପ୍ରଦୀପ କୁମାର କମ୍ପ ଓ ଏମସିଏରେ ସ୍ମିତାରାଣୀ ଚୌଧୁରୀ ଟପ୍ପର

ବି ଫାର୍ମରେ ସମୀର କୁମାର ପାଢୀ ଓ ଏମ ଫାର୍ମରେ ଅତୁରମାଲ୍ୟା ଚକ୍ରବର୍ତୀ ରଖିଛନ୍ତି ସର୍ବାଧିକ ନମ୍ବର

313

କନକ ବ୍ୟୁରୋ: ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ । ଆଇଟି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଏମବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର ହୋଇଥିବା ବେଳେ ଏମସିଏରେ ସ୍ମିତାରାଣୀ ଚୌଧୁରୀ ଟପ୍ପର ହୋଇଛନ୍ତି । ସେହିପରି ବି ଫାର୍ମରେ ସମୀର କୁମାର ପାଢୀ, ଏମ ଫାର୍ମରେ ଅତୁରମାଲ୍ୟା ଚକ୍ରବର୍ତୀ ସର୍ବାଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଛି । ଏମ ଟେକରେ ପ୍ରଦୀପ କୁମାର ବାରିକ ଟପ୍ପର ହୋଇଛନ୍ତି । ଉଭୟ ଅନଲାଇନ ଏବଂ ଅଫଲାଇନ ପରୀକ୍ଷା ଫଳ ଏକାସଙ୍ଗେ ପ୍ରକାଶ ପାଇଛି ।

ଚଳିତ ବର୍ଷ ଅଫଲାଇନରେ ୨୫ ହଜାର ୭୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଅନଲାଇନରେ ୧୩ ହଜାର ୯୧୮ ଜଣ ପିଲା ପରୀକ୍ଷା ଦେଇଛନ୍ତି । ତେବେ ଛାତ୍ରଛାତ୍ରୀମାନେ www.ojee.nic.in ଓ odishajee.comରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।

ଏମବିଏ, ଏମସିଏ, ଏମ.ଟେକ, ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା ଏବଂ ଲାଟେରାଲ ଏଣ୍ଟ୍ରି ଏମସିଏ ପାଠ୍ୟକ୍ରମରେ ନାମଲେଖା ଲାଗି ଗତ ୮ ଓ ୯ ତାରିଖରେ ପ୍ରଥମ ଥର ଲାଗି ଅନଲାଇନରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେହିପରି ଲାଟେରାଲ ଏଣ୍ଟ୍ରି ବି.ଟେକ୍ ସମେତ ଲାଟେରାଲ ଏଣ୍ଟ୍ରି ବି.ଫାର୍ମା,ବି.ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମବିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ମାସ ୧୮ ତାରିଖରେ ପେନ ଆଣ୍ଡ ପେପର ବେସଡ ବା ଅଫଲାଇନରେ ପରୀକ୍ଷା କରାଯାଇଥିଲା ।