ପ୍ରକାଶପାଇଲା ଓଜେଇଇ ପରୀକ୍ଷାଫଳ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆସିଲା ଓଜେଇଇ ପରୀକ୍ଷାଫଳ । ଇଂଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମକୁ ଛାଡି ଅନ୍ୟ ସମସ୍ତ ପାଠ୍ୟକ୍ରମର ଓଜେଇଇ ପରୀକ୍ଷାଫଳ ଘୋଷଣା କରାଯାଇଛି । ଏମବିଏ, ଏମସିଏ, ଫାମାର୍ସି ଓ ଲାଟେରାଲ ଏଂଟ୍ରି ପରୀକ୍ଷାଫଳ ପ୍ରକାଶ ପାଇଛି । ଡବ୍ଳ୍ୟୁ ଡବ୍ଳ୍ୟୁ ଡବ୍ଲ୍ୟୁ ଡଟ୍ ଓଜେଇଇ ଡଟ୍ ଏନଆଇସି ଡଟ୍ ଇନରେ ପରୀକ୍ଷାଫଳ ଉପଲବ୍ଧ ହେବ । ଜୁଲାଇ ପ୍ରଥମ ସପ୍ତାହରୁ କାଉଂନସେଲିଂ ଆରମ୍ଭ ହେବ । ଏମବିଏରେ ସଦାବ ଅଗ୍ରୱାଲ, ଏମସିଏରେ ବର୍ଷା ପ୍ରିୟଦର୍ଶିନୀ ଭଟ୍ଟ, ଫାମାର୍ସୀରେ ହରପ୍ରିୟା ନାୟକ, ଏମଟେକରେ ଅଂଶୁମାନ ମିଶ୍ର, ଓ ଏମ-ଫାର୍ମରେ ଅମୀୟ ଘୋଷ ଟପ୍ପର ହୋଇଛନ୍ତି ।