ଶେଷ ହେଲା ଉଚ୍ଚ ବୈଷୟିକ ଶିକ୍ଷା ପାଇଁ ଓଡିଶା ଜେଇଇ : ୮୧ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୪୬ ହଜାର ୨ ଶହ ଛାତ୍ରଛାତ୍ରୀ

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉଚ୍ଚ ବୈଷୟିକ ଶିକ୍ଷା ପାଇଁ ଓଡିଶା ଜେଇଇ ପ୍ରବେଶିକା ପରୀକ୍ଷା ଶେଷ ହୋଇଛି । ଏଥିପାଇଁ ରାଜ୍ୟର ୮୧ ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ୪୬ ହଜାର ୨ ଶହ ଛାତ୍ରଛାତ୍ରୀ । ଜୁନ୍ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବା ସହ ଜୁଲାଇ ପ୍ରଥମ ସପ୍ତାହରେ କାଉନସିଂଲି ଆରମ୍ବ ହେବ ବୋଲି ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ତୁଷାର କୁମାର ନାଥ ।  ତିନିଟି ସିଟିଂରେ ଏହି ପରୀକ୍ଷା ହୋଇଥିଲା । ପ୍ରଥମ ସିଟିଂ ସକାଳ ୯ ଟାରୁ ଆରମ୍ଭ ହୋଇ ଦିନ ୧୧ଟାରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ସିଟିଂ ଦିନ ୧୨ଟାରୁ ଆରମ୍ଭ ହୋଇ ଗୋଟାଏ ଯାଏଁ ଚାଲିଥିଲା । ସେହିପରି ତୃତୀୟ ସିଟିଂର ପରୀକ୍ଷା କୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥିଲା । ପ୍ରଥମଟି ୨ଟା ୩୦ ରୁ ୩ଟା ୩୦ ଯାଏଁ ହୋଇଥିବାବଳେ ଦ୍ୱିତୀୟଟି ୩ଟା ୩୦ରୁ ୪ଟା ୩୦ ଯାଏଁ ହୋଇଥିଲା । ବି-ଫାର୍ମା, ଏମ୍-ଫାର୍ମା, ଏମଟେକ୍, ଏମସିଏ, ଏମବିଏ ଏବଂ ମେଡିକାଲ୍ ସିଟ୍ ପାଇଁ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ତିନିବର୍ଷ ପରେ ପୁଣିଥରେ ପରୀକ୍ଷାରେ ଲାଗୁ ହୋଇଥିବା ମାଇନସ୍ ମାର୍କିଂ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀମାନେ ।