ଆଜି ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ! ପରୀକ୍ଷା ଦେବେ ସମଗ୍ର ରାଜ୍ୟରୁ ୪୮ହଜାର ୩୧୭ଜଣ, ୨ଟି ସିଟିଂରେ ହେବ ପରୀକ୍ଷା ।

34

କନକ ବ୍ୟୁରୋ : ଆଜି ଅନୁଷ୍ଠିତ ହେବ ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ । ଏଥିଲାଗି ସମଗ୍ର ରାଜ୍ୟରୁ ୪୮ହଜାର ୩୧୭ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଏହି ପ୍ରବେଶିକା ପରୀକ୍ଷା ଏମବିଏ, ଏମସିଏ, ଫାର୍ମାସି, ଲାଟେରାଲ ଏଂଟ୍ରି ଇଞ୍ଜିନିୟରିଂ ପରି ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆବଶ୍ୟକ । ପ୍ରବେଶିକା ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ।

ସକାଳ ୯ଟାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଦ୍ୱିତୀୟ ସିଟିଂ ଦିନ ୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ଓଜେଇଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ସର୍ବାଧିକ ୧୬ହଜାର ପରୀକ୍ଷାର୍ଥୀ ଥିବାବେଳେ କଟକ, ଅନୁଗୁଳ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାରିପଦା, ଭଦ୍ରକ ପରି ସହର ମାନଙ୍କରେ ଅଧିକ ସଂଖ୍ୟାରେ ପରୀକ୍ଷାର୍ଥୀ ରହିଛନ୍ତି । ସେହିଭଳି ଭୁବନେଶ୍ୱର ଓ କଟକରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ର ହେବ ବୋଲି ଓଜେଇଇ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ସୂଚନା ଦେଇଛନ୍ତି ।