ଖାଲିଥିବା ଇଂଜିନିଅରିଂ ସିଟ୍ ପୂରଣ ପାଇଁ ଫିଟିଲା ବାଟ : ଦ୍ୱିତୀୟ ଓଜେଇଇ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

24

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ୱିତୀୟ ଥର ପାଇଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା- ଓଜେଇଇ କରାଯିବ । ପୂର୍ବରୁ ଓପେକା ପକ୍ଷରୁ ସ୍ପେଶାଲ ପରୀକ୍ଷା ପାଇଁ କୋର୍ଟରେ ଆବେଦନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଓଜେଇଇ ପରୀକ୍ଷା ଭୁବନେଶ୍ୱରର ୧୦ଟି କେନ୍ଦ୍ରରେ ହେବ । ଆସନ୍ତା ୩୧ ତାରିଖରେ ହେବ ଏହି ପରୀକ୍ଷା । ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଓ ବିବରଣୀ ଓଜେଇ.ଏନଆଇସି .ଇନ୍ ୱେବସାଇଟରେ ଆଜିଠାରୁ ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ଓଜେଇର ପରୀକ୍ଷାଫଳ ଆସନ୍ତା ଅଗଷ୍ଟ ୩ରେ ବାହାରିବ । ଅଗଷ୍ଟ ୪ରେ ପରୀକ୍ଷାର୍ଥୀ ରାଙ୍କ୍ କାର୍ଡ ଡାଉନଲୋଡ କରିପାରିବେ । ବିଟେକ, ଏମବିଏ, ଏମସିଏ ଓ ଲାଟେରାଲ ଏଂଟ୍ରି ବିଭାଗରେ ଏହି  ସୁଯୋଗ ଉପଲବ୍ଧ ହେବ ।