ଆଜିଠୁ ଓଜେଇଇ କାଉନସେଲିଂ ପ୍ରକ୍ରିୟା : ନିଜସ୍ୱ ୱେବସାଇଟରେ ରେଜିଷ୍ଟ୍ରେସନ କରିପାରିବେ ଛାତ୍ରଛାତ୍ରୀ

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜିଠାରୁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆରମ୍ଭ । ନିଜସ୍ୱ ୱେବସାଇଟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ରେଜିଷ୍ଟ୍ରେସନ କରିପାରିବେ । ତେବେ ଚଳିତ ବର୍ଷ ନୂଆ ଫର୍ମାଟରେ କାଉନସେଲିଂ ପାଇଁ ଓଜେଇଇ କର୍ତୃପକ୍ଷ ନିର୍ଦେଶ ଦେଇଛନ୍ତି । ବିଶେଷକରି ଅନଲାଇନରେ ଛାତ୍ରଛାତ୍ରୀଙ୍କୁ ଚଏସ ଫିଲିଂ ଓ ଚଏସ୍ ଲକିଂ କରିବାକୁ ପଡିବ । ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ନୋଡାଲ ସେଂଟର ଯିବାକୁ ପଡୁଥିଲା । ସେହିପରି ଚଏସ ଲକିଂ ଶେଷ ହେବା ପରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ଡକ୍ୟୁମେଂଟ ଭେରିଫିକେସନ ପାଇଁ ନୋଡାଲ ସେଂଟର ଯିବାକୁ ପଡିବ । ୧୨ଟି ବିଷୟରେ ନାମ ଲେଖାପାଇଁ ଓଜେଇଇ କାଉନସେଲିଂ କରାଯିବ ।