ଟୟଲେଟ୍ ପାଲଟିଲା ଦୋକାନ ! ମଧ୍ୟପ୍ରଦେଶରେ ସ୍ୱଚ୍ଛ ଭାରତ ଅଭିଯାନକୁ ଆଖିଠାର

39

ସ୍ୱଚ୍ଛତାକୁ ନେଇ ମୋଦି ସରକାର ସାରା ଦେଶରେ ସଚେତନତା ସୃଷ୍ଟି କରୁଥିବାବେଳେ ସ୍ୱଚ୍ଛ ଭାରତ ଅଭିଯାନ ଏହାର ଏକ ଅଂଶ । ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପ୍ରତ୍ୟେକ ପରିବାର ପାଇଁ ସରକାରଙ୍କ ତରଫରୁ ଶୌଚାଳୟ ନିର୍ମାଣ କରାଯାଉଛି । ମାତ୍ର ମଧ୍ୟପ୍ରଦେଶରେ ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି । ଛତରପୁରର ଲକ୍ଷ୍ମଣ ନାମକ ଜଣେ ବ୍ୟକ୍ତି ଶୌଚାଳରେ ଦୋକାନ ଖୋଲି ଏବେ ଚର୍ଚ୍ଚାରେ । ଲକ୍ଷ୍ମଣଙ୍କ କହିବା ଅନୁଯାୟୀ ଏହି ଯୋଜନାରେ ହେଉଥିବା ଶୌାଚାଳୟର ଟାଙ୍କି ତାଙ୍କ ପରିବାର ପାଇଁ ବହୁତ ଛୋଟ । ତେଣୁ ସେ ଏଥିରେ ଦୋକାନ ଖୋଲି ନିଜ ପରିବାରର ପେଟ ପୋଷୁଛନ୍ତି ।