ଢେଙ୍କାନାଳ : କୂଅରୁ ପାଣି ବଦଳରେ ବାହାରୁଛି ତେଲ । ଢେଙ୍କାନାଳ ମାଣ୍ଡପା ସାହିର ଏକ କୂଅରେ ବିପୁଳ ପରିମାଣର କିରୋସିନ୍ ଭାସୁଥିବାର ଦେଖିବାକୁ ମିଳିଛି । କିରୋସିନ୍ ପରିମାଣ ଏତେ ରହିଛି ଯେ ନିଆଁ ଲଗାଇଲେ ପାଣିରେ ବୁଡାଯାଇଥିବା ଓଦା କାଗଜ ହୁତୁହୁତୁ ହୋଇ ଜଳୁଛି । ଏହି କୂଅରୁ ପାଣି ନେଇ ପାଖାପାଖି ୧୫ ଟି ପରିବାର ଚଳୁଛନ୍ତି । ତେବେ ଏଇ କୂଅରେ କିଏ କିରୋସିନ୍ ମିଶାାଇ ଦେଇଥିବା ଅଭିଯୋଗ ହୋଇଛି ।ଏନେଇ ବସ୍ତି ଲୋକ ପ୍ରଶାସନ ନିକଟରେ ଅଭିଯୋଗ କଲେ ସୁଦ୍ଧା ଏପର୍ଯ୍ୟନ୍ତ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ପାନୀୟ ଜଳ ପାଇଁ ଲୋକମାନେ ହଇରାଣ ହେଉଥିବା ବେଳେ ପୌରସଂସ୍ଥା ପକ୍ଷରୁ ପାନୀୟ ଜଳ ଯୋଗାଇଦେବା ନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ ।