ମୋଦୀଙ୍କ ଦୀପାବଳୀ ଭେଟି: ମାତ୍ର ୨୦ ଟଙ୍କାରେ ଲୋକଙ୍କୁ ମିଳିବ ଗ୍ୟାସ୍ କନେକ୍ସନ
ରିଫିଲ ପାଇଁ ୨ ଟଙ୍କା ଏବଂ ପରିସରରେ ହିଁ ସିଲିଣ୍ଡର ବିତରଣ ଉପରେ ୧୦ ଟଙ୍କା
ନିର୍ବାଚନକୁ ଦୃଷ୍ଟିରେ ରଖି ଏବଂ ଆଲୋକର ପର୍ବ ଦୀପାବଳୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରାମୀଣ ଅଂଚଳରେ ରହୁଥିବା ଲୋକଙ୍କୁ ଏକ ନୂଆ ଭେଟି ଦେବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ, ମୋଦୀ ସରକାର ଗ୍ରାମାଂଚଳରେ ରହୁଥିବା ଲୋକଙ୍କୁ ଦୀପାବଳୀ ଅବସରରେ ଉପହାର ଭେଟିଦେଇଛନ୍ତି । ଯାହା ଅନୁସାରେ ଯଦି ଆପଣ ନୂଆ ଗ୍ୟାସ କନେକ୍ସନ ନେବାକୁ ଚାହୁଁଥିବେ ତେବେ ଏବେ ଆପଣଙ୍କୁ ଆଉ ଗ୍ୟାସ୍ ଏଜେନ୍ସିଙ୍କ ଚକ୍କର କାଟିବାକୁ ପଡିବନି । ମୋଦୀ ସରକାରଙ୍କ ନୂଆ ଯୋଜନା ଆଧାରରେ ଏବେ ଆପଣ ଆପଣଙ୍କର ସ୍ଥାନୀୟ ଅଂଚଳରେ ଥିବା କମନ ସର୍ଭିସ ସେଂଟର(ସିଏସସି)ରେ ଯାଇ ଗ୍ୟାସ୍ କନେକ୍ସନ ନେଇପାରିବେ । ଏଥିସହିତ ହିଁ ସିଲିଣ୍ଡର ବୁକିଂ ମଧ୍ୟ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗ୍ରାମାଂଚଳରେ ରୋଷେଇ ଗ୍ୟାସର କନେକ୍ସନ ଏବଂ ଗ୍ୟାସ ସିଲିଣ୍ଡରର ବିତରଣ ବ୍ୟବସ୍ଥାରେ ଆହୁରୀ ସୁଧାର ଆଣିବାକୁ ସରକାରୀ ତୈଳ କଂପାନୀମାନେ ଏକ ବଡ ପଦକ୍ଷେପ ଉଠାଇବାକୁ ଯାଇ କମନ ସର୍ଭିସ ସେଂଟରକୁ ଗ୍ୟାସ୍ ସିଲିଣ୍ଡରର ବୁକିଂ ଏବଂ ବିତରଣ କରିବା ପାଇଁ ଅଧିକୃତ କରାଯାଇଛି । ଏହି ସବୁ କେନ୍ଦ୍ରମାନଙ୍କରୁ ଭାରତ ପେଟ୍ରୋଲିୟମ, ଇଣ୍ଡିଆନ ଅଏଲ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମର ଏଲପିଜି କନେକ୍ସନ ଏବଂ ଗ୍ୟାସର ବୁକିଂ କରାଯାଇପାରିବ । ଏହିସବୁ କଂପାନୀଗୁଡିକ ଗ୍ୟାସର ନୂଆ କନେକ୍ସନର ବୁକିଂ, ରିଫିଲିଂ, ଏବଂ ବିତରଣ ପାଇଁ ସେବା କେନ୍ଦ୍ରମାନଙ୍କ ସହିତ ବୁଝାମଣା କରିଛନ୍ତି ।
ସିଏସସି ଇ-ଗର୍ଭନାନ୍ସର ମୁଖ୍ୟ କାର୍ଯ୍ୟକାରୀ ଦିନେଶ ତ୍ୟାଗୀଙ୍କ କହିବା ଅନୁସାରେ, ଏହାଦ୍ୱାରା Rural entrepreneursର ଆୟ ବୃଦ୍ଧି ପାଇବ ଏବଂ ଏହିସବୁ କେନ୍ଦ୍ରଗୁଡିକର ବିଶ୍ୱସନୀୟତା ବି ବଢିବ । ଦେଶରେ ବର୍ତ୍ତମାନ ପାଖାପାଖି ତିନି ଲକ୍ଷ ସିଏସସି କାମ କରୁଛି । ତୈଳ କଂପାନୀମାନେ ପ୍ରାରମ୍ଭରେ ଏକ ଲକ୍ଷ କେନ୍ଦ୍ରଗୁଡିକ ସହ ଏହି କାମ ଆରମ୍ଭ କରିବେ । ଏସଂପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି, ପାର୍ଟନରସିପ ଆଧାରରେ ଗ୍ରାମୀଣ ଅଂଚଳରେ ସିଏସସିର ସଂଚାଳନ କରୁଥିବା ଗ୍ରାମୀଣ ସ୍ତରର ଉଦ୍ୟୋଗଙ୍କୁ ନୂଆ କନେକ୍ସନର ବୁକିଂ ପାଇଁ ୨୦ ଟଙ୍କା, ରିଫିଲ ପାଇଁ ୨ ଟଙ୍କା ଏବଂ ପରିସରରେ ହିଁ ସିଲିଣ୍ଡର ବିତରଣ ଉପରେ ୧୦ ଟଙ୍କା ଏବଂ ଗ୍ରାହକଙ୍କ ଘରେ ସିଲିଣ୍ଡର ପହଂଚାଇବା ଉପରେ ୧୯,୫ ଟଙ୍କା ଦିଆଯିବ ।
ଧର୍ମେନ୍ଦ୍ର ଆହୁରୀ ମଧ୍ୟ କହିଛନ୍ତି କି, ଦେଶରେ ଏଲପିଜି କନେକ୍ସନର ସଂଖ୍ୟା ପାଖାପାଖି ୨୫ କୋଟିରେ ପହଂଚିପାରେ । ଯେଉଁଥିରେ ୫.୭୫ କୋଟି କନେକ୍ସନ କେବଳ ଉଜ୍ଜ୍ୱଳା ଯୋଜନା ଆଧାରରେ ଦିଆଯାଇଛି । ଏହି ପାର୍ଟନରସିପ ସହିତ ଆମକୁ ପାଖାପାଖି ୧ ଲକ୍ଷ ଛୋଟ ଛୋଟ ବିତରଣ କେନ୍ଦ୍ର ହାସଲ ହୋଇଛି । ସେ କହିଛନ୍ତି କି, ପୂରା ନେଣନେଣ ଅନଲାଇନ ହେବ ଏବଂ ଏଥିପାଇଁ ସିଏସସି Special purpose vehicle institution ଏବଂ ଓଏମସିର ସର୍ଭରକୁ ଏକିକୃତ କରାଯାଇଛି । ତେବେ ଏହି ଯୋଜନାକୁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବି ସ୍ୱାଗତ କରିଛନ୍ତି ।