ଅଫିସରେ ପ୍ରତିଦିନ ଷ୍ଟାଇଲିସ୍ ଦେଖାଯିବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

42

ଅଫିସରେ ଭଲ ଦେଖାଯିବା ପାଇଁ କିଏ ବା ନଚାହେଁ । ପ୍ରତଦିନ ଭଲ ଦେଖାଯିବା ଚକ୍କରରେ ଆମେ ଅନେକ ସାରା ପୋଷାକ କିଣି ନିଅନ୍ତି । ଆମ ଭାବନ୍ତି ସବୁ ଦିନ ନୂଆ ନୂଆ ପୋଷାକ ପିନ୍ଧିଲେ ହିଁ ଜଣେ ଷ୍ଟାଇଲିସ୍ ଦେଖାଯିବେ । ତେବେ ଏପରି ଧାରଣା ବିଲକୁଲ ଭଲ । ଆଜି ଆମେ ଆଲୋଚନା କରିବା ଅଳ୍ପ ଖର୍ଚ୍ଚରେ କିପରି ଆପଣ ଷ୍ଟାଇଲିସ୍ ଲୁକ୍ ପାଇପାରିବ । ପ୍ରତିଦିନ ସକାଳୁ ଉଠି ଚିନ୍ତା କରୁଛନ୍ତି କି ଆଜି କ’ଣ ପନ୍ଧିବି ?  ଏପରି ପ୍ରାୟ ଝିଅ ମାନଙ୍କ ସହ ହୋଇଥାଏ । ପ୍ରତିିଦିନ ସକାଳେ ପ୍ରାୟ ୧୦ ରୁ ୧୫ ମିନିଟ୍ କ’ଣ ପିନ୍ଧିିବ ଚିନ୍ତାରେ ବିତିଯାଏ । ଏହି ଚକ୍କରରେ ଆମେ ଅନେକ ପୋଷାକ କିଣନ୍ତି ।

୧ . ଆପଣ ପ୍ରତିଦିନ ଭିନ୍ନ ଦେଖାଯିବା ପାଇଁ ନିଜ ପାଖରେ କଳା ଓ ଧଳା ରଙ୍ଗର ଟି ସାର୍ଟ ରଖନ୍ତୁ । ଏହି ଦୁଇ ରଙ୍ଗର ଟି-ସାର୍ଟକୁ ଆପଣ ଟ୍ରାଉଜର, ଜିନ୍ସ, ପାଲାଜୋ, ଜେଗିନ୍ସରେ ପିନ୍ଧି ପାରିବେ ।

୨. ଆପଣଙ୍କ ଟିସାର୍ତ୍ତ , ସାର୍ଟ, କୁର୍ତ୍ତା କିମ୍ବା ସର୍ଟ କୁର୍ତ୍ତା ସହ ବ୍ଲୁ ଡେନିମ୍ ପିନ୍ଧିପାରିବେ । ଡେନିମର ସବୁଠାରୁ ବଡ଼ ପ୍ଲସ୍ ପଏଂଟ ହେଲା ଏଥିରେ ଉଭୟ ଫର୍ମାଲ ଓ କାଜୁଆଲ ଲୁକ ମିଳେ । ଡ଼େନିମକୁ ଆପଣ ଅଫିସରେ ପିନ୍ଧିବା ସହ ସାଙ୍ଗ ମାନଙ୍କେ ମେଳରେ ସପିଂ ଗଲାବେଳେ ବି ପିନ୍ଧିପାରିବେ ।

୩. ଶୀତ ଦିନ ପାଇଁ ଦୁଇ ପ୍ରକାର ଜୋତା ରଖନ୍ତୁ । ଫର୍ମାଲ ମିଟିଂକୁ ସୁହାଇବା ପରି ଗୋଟିଏ ଆଉ ଆଉ ନିଜ ଲୁକକୁ କୁଲ କରିବା ପାଇଁ ଆଉ ଗୋଟିଏ ଜୋତା ରଖନ୍ତୁ ।

୪ . ଅଫିସ ପାର୍ଟି ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ ଆପଣ ଏକ କଳା ରଙ୍ଗର ପୋଷାକ ରଖନ୍ତୁ । ଯାହା ଅଫିସ ପାଟିରେ ଏକ ନୂଆ ତଥା ଆକର୍ଷକ ଲୁକ୍ ଦେବ ।

୫. ରଙ୍ଗବେରଙ୍ଗୀ କୁର୍ତ୍ତି କିଣିବା ପରିବେର୍ତ୍ତ ଧଳା, ହଳଦିଆ, ନୀଳ ଆଦି କିଛି ସାଧାରଣ ରଙ୍ଗର କୁର୍ତ୍ତି ରଖନ୍ତୁ । ଏହି କୁର୍ତ୍ତିକୁ ଆପଣ କୌଣସି ବି ଲୋୟର୍ସ ସହ ପିନ୍ଧିପାରିବେ । ଆପଣ ଏହାସହ କୌଣସି ପ୍ରକାରଣ ଫୁଟୱେର ବ୍ୟବହାର କରିପାରିବେ କିନ୍ତୁ ଆକର୍ଷକ ଲୁକ ପାଇଁ ଜୁତି ପିନ୍ଧନ୍ତୁ ।