ଆଇସକ୍ରିମ ଖାଇବାର ନିମନ୍ତ୍ରଣ ହାତଛଡ଼ା କଲେ ପ୍ରଧାନମନ୍ତ୍ରୀ ! ଜାଣନ୍ତୁ କିଏ କରିଥିଲେ ନିମନ୍ତ୍ରଣ ?

47

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଇସକ୍ରିମ ଖାଇବା ପାଇଁ ନିମନ୍ତ୍ରଣ ମିଳିଥିଲା । କିନ୍ତୁ ଏହି ସୁଯୋଗକୁ ହାତଛନା କରିଦେଲେ ମୋଦି । ତେବେ ଜାଣନ୍ତି କି ମୋଦିଙ୍କୁ ଆଇସକ୍ରିମ ଖୁଆଇବା ପାଇଁ କିଏ ନିମନ୍ତ୍ରଣ କରିଥିଲେ ? ଛତିଶଗଡ଼ର ଜଣେ ବ୍ୟକ୍ତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏପରି ନିମନ୍ତ୍ରଣ କରିଛନ୍ତି ।

ସୂଚନା ଅନୁସାରେ ବୁଧବାର ଦିନ ଛତିଶଗଡ଼ ଲୋକଙ୍କ ପାଇଁ ପୁଣି ସ୍ମୁତି ହୋଇଯାଇଛି । ସେହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ସାରାଦେଶର କୃଷକଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ସିଧାସଳଖ କଥାବାର୍ତ୍ତା ହେଉଥିଲେ । ଆଉ ସେହି ଦିନ ଛତିଶଗଡ଼ କାଙ୍କେର ଜିଲ୍ଲାର ଚନ୍ଦ୍ରମଣି କୌଶିକ, ପ୍ରଧାନମନ୍ତ୍ରୀଙ୍କୁ ସୀତାଫଳର ଆଇସକ୍ରିମ ଖୁଆଇବାର ନିମନ୍ତ୍ରଣ ଦେଇଥିଲେ । କେବଳ ଏତିିକି ନୁହେଁ ଚନ୍ଦ୍ରମଣି କୌଶିକ ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲେ ଆପଣ ଦୂରରେ ଅଛନ୍ତି କିପରି ଖୁଆଇବି ? ତେବେ ଚନ୍ଦ୍ରମଣିଙ୍କ ଏପରି କଥାରେ ପ୍ରଧାନମନ୍ତ୍ରୀ ହସିବାରେ ଲାଗିଥିଲେ ।

SOURCE : Catch Hindi

ସୂଚନା ଅନୁସାରେ କାଙ୍କେର ଜିଲ୍ଲାର ପ୍ରଗତି ମହିଳା କୃଷକ ସହକାରୀ ସମିତିର ସଦସ୍ୟ ଚନ୍ଦ୍ରମଣି କୌଶିକ ମୋଦିଙ୍କ ସହ କଥା ହୋଇଥିଲେ । ଏବଂ କଥା ହେବାବଳେ କହଥିଲେ ଆମେ ସୀତାଫଳରୁ ବହୁତ ଭଲ ଆଇସକ୍ରିୟ ତିଅରି କରୁଛୁ । ଆପଣ ବହୁତ ଦୂରରେ ଅଛନ୍ତି, ନହେଲେ ଆପଣ ନିଶ୍ଚିତ ଆଇସିକ୍ରି ଚଖାଇଥାଆନ୍ତି । ଏକଥା ଶୁଣି ମୋଦି ଜୋର ଜୋରରେ ହସିବାରେ ଲାଗିଥିଲେ । ମଉକା ମଳିଲେ ନିଶ୍ଚିତ ସୀତାଫଳରେ ତିଆରି ଆଇସ୍ରକିମର ସ୍ୱାଦ ନେବେ ବୋଲି ମଧ୍ୟ କହିଲେ ।

ବୁଧବାର ଦିନଟିକୁ ଚନ୍ଦ୍ରମଣି କେବେ ଭୁଲି ପାରିବେ ନାହିଁ । ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କଥାହେବା ପରେ ତାଙ୍କ ସମୂହ ସଦସ୍ୟଙ୍କ ମଧ୍ୟରେ ଉତ୍ସାହ ବଢଯାଇଛିି । ସୂଚନାଯୋଗ୍ୟ କାଙ୍କେର ଜିଲ୍ଲାରେ ସୀତାଫଳର ବହୁଳ ଉତ୍ପାଦନ ହୁଏ । କିନ୍ତୁ ଏହାର ଉପଯୋଗ ହୋଇପାରୁ ନଥିବାରୁ ଅନେକ ଫଳ ନଷ୍ଟ ହୋଇଯାଏ । ଏହାକୁ ଦେଖି ତତ୍କାଳୀନ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ସୀତାଫଳରୁ ବିଭିନ୍ନ ଉତ୍ପାଦ ତିଆରି କରିବା ଆରମ୍ଭ କରିଥିଲେ । ତେବେ ଏପହି ପଦକ୍ଷେପ ଦ୍ୱରା ଏବେ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରେଜଗାର ହେଉଛି ଉକ୍ତ ସମିତି ।