ଓଡିଆ ଭାଷାରେ ୱେବସାଇଟ୍ ନେଇ ତୁତୁ ମେମେ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ସରକାରଙ୍କ ୱେବସାଇଟରେ କେବେ ଓଡିଆ ପେଜ୍ ସାମିଲ ହେବ ବୋଲି ପ୍ରଶ୍ନ କରିଛି ରାଜ୍ୟ ବିଜେପି । ଏନେଇ ସରକାର ତୁରନ୍ତ ଦିନ ଘୋଷଣା କରିବାକୁ ଦଳ ଦାବି କରିଛି । ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ବହୁଭାଷୀ ୱେବସାଇଟରେ ଓଡିଆ ଭାଷାକୁ ପ୍ରଥମରୁ ସାମିଲ ହୋଇନଥିଲା । ଏନେଇ ଉଭୟ ବିଜେଡି ଓ କଂଗ୍ରେସ ରାଜ୍ୟ ବିଜେପି ଓ ମୋଦି ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଏହା ପରେ ଓଡିଆ ଭାଷା ଏଥିରେ ସଂପୃକ୍ତ ହୋଇଥିଲା । ଏହା ପରେ ଶାସକ ବିଜେଡିକୁ ତୀବ୍ର ଆକ୍ରମଣ କରିଛି ବିଜେପି । ମୋଦି ସରକାରଙ୍କ ତାଲିକାରେ ଓଡିଆ ଭାଷା ଥିଲା ଏବଂ ଏହା ସାମିଲ ହୋଇଛି । କିନ୍ତୁ ଦୀର୍ଘ ୧୬ ବର୍ଷଧରି ଶାସନରେ ଥିବା ବିଜେଡି ସରକାର ବର୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ୱେବସାଇଟରେ ଓଡିଆ ଭାଷା ପେଜ୍ ସାମିଲ କରିନାହାନ୍ତି । ଫଳରେ ସାଧାରଣ ଲୋକ ବିଭିନ୍ନ ସରକାରୀ ସୂଚନା ପାଇବାରୁ ବଂଚିତ ହେଉଛନ୍ତି ବୋଲି ବିଜେପି କହିଛି ।

ସେପଟେ ବିଜେପିକୁ କାଉଂଟର କରିଛି ବିଜେଡି । ପୂର୍ବ ଭାରତ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ଗୁରୁତ୍ୱ ନାହିଁ । ଏହା ଦୁର୍ଭାଗ୍ୟ ଜନକ ବୋଲି କହିଛି ବିଜେଡି ।  ରାଜ୍ୟ ସରକାର ଓଡିଆ ଭାଷାର ଉନ୍ନତି ଓ ପ୍ରସାର ପାଇଁ ପଦକ୍ଷେପ ନେଉଥିବା ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି । କେନ୍ଦ୍ର ସରକାରଙ୍କୁ ସବୁ ବେଳେ ଓଡିଶାର ନ୍ୟାର୍ଯ୍ୟ ଦାବିକୁ ଚେତେଇ ଦେବାକୁ ପଡୁଛି । ଏପଟେ ମୋଦି ସରକାର ଓଡିଶାକୁ ଫୋକସରେ ରଖିଥିବା କହୁଛି ବୋଲି ସେ ତାତ୍ସଲ୍ୟ କରିଛନ୍ତି ।