ଆରପାରିରେ ନାଟ୍ୟକାର ! ବାଙ୍ଗାଲୋରରେ ଚିକିତ୍ସାଧୀନ ଅବସ୍ଥାରେ ଅନନ୍ତ ଓଝାଙ୍କ ପରଲୋକ

78

ଆଉ ନାହାଁନ୍ତି ଓଡିଶା ଯାତ୍ରା ଜଗତର ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଅନନ୍ତ ଓଝା । ବାଙ୍ଗାଲୋରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହୋଇ ବାଙ୍ଗାଲୋରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ବୀର ନୀଳକଣ୍ଠପୁର ଗ୍ରାମର ଅନନ୍ତ ଦିନେ ଯାତ୍ରା ଜଗତର ମୁକୁଟ ବିହୀନ ସମ୍ରାଟ । ଦୀର୍ଘ ଦଶନ୍ଧି ଧରି ସେ ନିଜର କଲମ ଚାଳନା କରି ଯାତ୍ରା ଜଗତକୁ ଦେଇଥିଲେ ଏକ ନୂଆ ଦିଗନ୍ତ ଓ ପରିଚୟ । ଯାହାଙ୍କର ସୃଜନଶୀଳତାରେ ଝଲସୁଥିଲା ଯାତ୍ରା ମଂଚ । ସେ ତିଆରି କରିଥିଲେ ଅନେକ କଳାକାର । ଓଡିଶା ମଂଚ ନାଟକକୁ ୧୬୦ରୁ ଅଧିକ ନାଟକର ଉପହାର ଦେଇଥିବା ନାଟ୍ୟକାର ଅନନ୍ତ ଓଝା କର୍କଟ ରୋଗରେ ପଡି ଅସହାୟ ହୋଇଯାଇଥିଲେ । ନିଜସ୍ୱ ଯାତ୍ରା ନାଟକରେ ଭିନ୍ନ ଭିନ୍ନ ଚରିତ୍ର ସୃଷ୍ଟି କରି ଅଗଣିତ ଯାତ୍ରା ଦର୍ଶକଙ୍କୁ ରାତିରାତି ଉଜାଗର ରଖିପାରୁଥିବା ଅନନ୍ତ ଓଝା ବାସ୍ତବ ଜୀବନରେ ନିଦ କଣ ଭୁଲିଯାଇତିଲେ ।
ଅନେକ ସଫଳ ନାଟକ ଓ ଫିଲ୍ମର ସଂଳାପ ଲେଖିଥିଲେ ସେ । ୨୦୧୩ରେ ମୁକ୍ତିଲାଭ କରିଥିବା ଓଡିଆ ଫିଲ୍ମ ଏସିପି ସାଗରିକାର ସଂଳାପ ଲେଖିଥିଲେ ଶ୍ରୀଯୁକ୍ତ ଓଝା ।