ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ “ମୀମାଂସା”ର ଅଡିଓ

210

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ “ମୀମାଂସା”ର ଅଡିଓ । ମଞ୍ଜରୀ ମୁଭିଜର ଷଷ୍ଠ ଅବଦାନ ହେଉଛି ଚଳଚ୍ଚିତ୍ର “ମୀମାଂସା” । ଫିଲ୍ମର ପ୍ରଯୋଜକ ସୌମ୍ୟରଜଂନ ପଟ୍ଟନାୟକ, ନିର୍ଦେଶକ ଚକ୍ରଧର ସାହୁ, ସଂଗୀତ ନିର୍ଦେଶକ ରତନେସ୍ ଭଗତ ଏବଂ ପୁରା କ୍ରିୟୁ ମେମ୍ବରଙ୍କ ଉପସ୍ଥିତିରେ ରିଲିଜ୍ ହୋଇଛି ଏହି ଫିଲ୍ମର ଅଡିଓ । ଏକ ମୌଳିକ ଓ ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ ହୋଇଛି ଏହି ଫିଲ୍ମ । ଟଙ୍କା ଆଗରେ ସଂପର୍କ କିପରି ମୂଲ୍ୟହୀନ ହୋଇପଡ଼େ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖାଇବାକୁ ପ୍ରୟାସ କରିଛନ୍ତି ନିର୍ଦେଶକ । ଫିଲ୍ମର ବିଭିନ୍ନ ଭୂମିକାରେ ଲିପି, ମୋହିନୀ ଶିଳାଲିପି, ମନୋଜ ପଟ୍ଟନାୟକ, ରବି ମିଶ୍ର, ମୀନକେତନ, ଅଶୋକ ଦାସ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମର କାହାଣୀ ପ୍ରଦୀପ ଦାଶ ରଚନା କରିଛନ୍ତି । ଚଳଚ୍ଚିତ୍ରର ଗୀତ ଗୁଡିକରେ କଂଠଦାନ କରିଛନ୍ତି ଅମନ, ସଂଗ୍ରାମ ଓ ମହାଲକ୍ଷ୍ମୀ ଆୟରଙ୍କ ଭଳି କଂଠଶିଳ୍ପୀ ।