୧୫ରୁ ଓଡିଆରେ ସରକାରୀ କାମ : ସଂଶୋଧିତ ଅଧ୍ୟାଦେଶ ଉପରେ ମୋହର ମାରିଲା କ୍ୟାବିନେଟ୍

36

କନକ ବ୍ୟୁରୋ : ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ୧୫ତାରିଖରୁ କାର୍ଯ୍ୟକାରୀ ହେବ ଓଡ଼ିଆରେ ସରକାରୀ କାମ । ଏହି କ୍ରମରେ ଓଡ଼ିଆ ଭାଷା ଅଧିନିୟମ, ୧୯୫୪ର ସଂଶୋଧିତ ଆଧ୍ୟାଦେଶକୁ ଆଜି କ୍ୟାବିନେଟ୍ ମୋହର ମାରିଛି । ଓଡ଼ିଆ ଭାଷାକୁ ସରକାରୀ ଭାବେ ଆସନ୍ତା ୧୫ ତାରିଖରୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ସଂଶୋଧିତ ନିୟମାବଳୀକୁ ତର୍ଜମା କରୁଛି ଆଇନ ବିଭାଗ । ଏକଥା ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ୧୫ ତାରିଖରୁ ସରକାରୀ ସ୍ତରରେ ଓଡ଼ିଆ ଭାଷା କାର୍ଯ୍ୟକାରୀ ହେବ । ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ କମିଶନ ଗଢ଼ାଯାଉବୋଲି କେତେକ ସଂଗଠନ ଦାବି କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –