କେନ୍ଦ୍ରାପଡାରୁ ଜାତୀୟ ମହିଳା କ୍ରିକେଟ : ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଲେ ସୁକନ୍ୟା

29

କନକ ବ୍ୟୁରୋ : ଓଡ଼ି଼ିଆ କ୍ରିଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଜାତୀୟ ମହିଳା କ୍ରିକେଟ ଦଳ ପାଇଁ ଖେଳିବେ ଓଡ଼ିଆ ଝିଅ ସୁକନ୍ୟା ପରିଡ଼ା ।  ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ସୁକନ୍ୟା ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଏହି ସିରିଜ୍ ଭାରତରେ ନଭେମ୍ବର ୧୦ରୁ ୧୬ ପର୍ଯ୍ୟନ୍ତ ଖେଳାଯିବ ।

ସୁକନ୍ୟାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ବେତାଗାଁରେ । ୨୪ ବର୍ଷୀୟା ସୁକନ୍ୟା ଗତ ୩ ବର୍ଷ ହେଲା ବେଙ୍ଗଲ ପକ୍ଷରୁ ଖେଳିଆସୁଛନ୍ତି । ବିସିସିଆଇ ପକ୍ଷରୁ ଆୟୋଜିତ ଜୋନାଲ କ୍ରିକେଟ ପ୍ରତିଯୋଗିତାରେ ସେ ପୂର୍ବାଂଚଳ ପକ୍ଷରୁ ପ୍ରତିନିଧିତ୍ୱ କରିଆସୁଛନ୍ତି । ମଧ୍ୟମ ଗତିର ନିଜର ବୋଲିଂ ଜରିଆରେ ଦମଦାର ପ୍ରଦର୍ଶନ କରି ବେଶ୍ ପ୍ରଶଂସିତ ହୋଇଛନ୍ତି । ଆଉ ଚଳିତ ବର୍ଷ ଇଣ୍ଡିିଆ ରେଡକୁ ମହିଳା ଚାଲେଂଜର ଟ୍ରଫି ଜିତାଇବାରେ ସୁକନ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।

ଭାରତୀୟ ଦଳର ବୋଲର ଝୁଲଣ ଗୋସ୍ୱାମୀ ହେଉଛନ୍ତି ତାଙ୍କ ଆଦର୍ଶ । ନିଜ ସଫଳତା ପାଇଁ ସୁକନ୍ୟା ନିଜ ପିତାମାତା ଓ କୋଚଙ୍କୁ ଶ୍ରେୟ ଦେଇଛନ୍ତି । ଭାରତୀୟ ଦଳରେ ସ୍ଥାନ ପାଇବା ପରେ ତାଂକୁ ଅଭିନନ୍ଦନର ସୁଅ ଛୁଟିଛି । ଜାତୀୟ ଦଳରେ ସ୍ଥାନ ପାଇବା ନେଇ ସୁକନ୍ୟା ଖୁବ୍ ଖୁସି । ସ୍ୱପ୍ନ ପୂରଣ ହୋଇଛି । ଭାରତ ପାଇଁ ଖେଳିବା ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ସୁକନ୍ୟା ।

ଦେଖନ୍ତୁ ଏହି ଭିଡିଓ –